ହାଇଦ୍ରାବାଦ: ପ୍ରାୟ ୨୪ ଘଣ୍ଟା ମଧ୍ୟରେ ହାଇଦ୍ରାବାଦ ମେଟ୍ରୋ ଷ୍ଟେସନ୍ର ଲିଫ୍ଟ୍ରେ ଯୁବକ-ଯୁବତୀଙ୍କ ଗୁପ୍ତ ମୁହୂର୍ତ୍ତର ଦୃଶ୍ୟାବଳୀ ଥିବା ଅନ୍ୟୂନ ତିନିଟି ଭିଡିଓ ଲିକ୍ ହୋଇଛି। ବହୁଳ ପ୍ରସାରିତ ହୋଇଥିବା ଏହି ସିସିଟିଭି ଫୁଟେଜ୍ଗୁଡ଼ିକୁ ହାଇଦ୍ରାବାଦ ମେଟ୍ରୋ ରେଲ୍ ଲିମିଟେଡ୍ର କଣ୍ଟ୍ରୋଲ୍ ରୁମ୍ରୁ ନିଆଯାଇଛି।
ହାଇଦ୍ରାବାଦ ମେଟ୍ରୋ ରେଲ୍ ଲିମିଟେଡ୍ର ଜଣେ ମୁଖପାତ୍ର କହିଛନ୍ତି ଯେ ମେଟ୍ରୋଷ୍ଟେସନ୍ର ସିସିଟିଭି ଫୁଟେଜ୍ ସବୁ କମ୍ପାନି ଦ୍ୱାରା ଚାଲିଥାଏ।
ଆମେ ଲିକ୍ ସଂକ୍ରାନ୍ତରେ ତଦନ୍ତ କରୁଛୁ। ଲିଫ୍ଟ୍ଗୁଡ଼ିକର ଏ ଭଳି ଅପବ୍ୟବହାର ବନ୍ଦ କରାଇବା ଲାଗି ସର୍ଭିଲେନ୍ସ୍ରେ ଉନ୍ନତି କରାଯିବ।
ଲିଫ୍ଟ୍ଗୁଡ଼ିକରେ ସିସିଟିଭି କ୍ୟାମେରା ଲାଗିଛି। ଲିକ୍ ହୋଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଦୁଇଟିରେ ଯୁବକଯୁବତୀ ଲିଫ୍ଟ୍ରେ ସିସିଟିଭି ଲାଗିଥିବା ଜାଣି ନ ଥିବା ପରି ମନେହେଉଛି। ତୃତୀୟଟିରେ ସେମାନେ କ୍ୟାମେରା ଦେଖିଥିବା କଥା ଜାଣିଛନ୍ତି।
ମେଟ୍ରୋ ଷ୍ଟେସନ୍ ପରିଧିରେ ଥିବା ଅନ୍ୟ ପ୍ଲାଟ୍ଫର୍ମ ଏବଂ ଚଉତରାକୁ ଯିବା ଲାଗି ବୃଦ୍ଧ ଓ ଅକ୍ଷମ ବ୍ୟକ୍ତିଙ୍କ ସକାଶ ଲିଫ୍ଟ୍ର ସୁବିଧା କରାଯାଇଛି।