ହାଇଦ୍ରାବାଦ୍: ହାଇଦ୍ରାବାଦର ଗଜଲ ହାଶ୍ମି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ମୁସଲିମ ଆମେରିକୀୟ ମହିଳା ଏବଂ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳାଭାବେ ସେ ଭର୍ଜିନିଆ ଷ୍ଟେଟ୍ ସିନେଟ୍କୁ ନିର୍ବାଚିତ ହୋଇଛନ୍ତି। ଡିମୋକ୍ରାଟ୍ ହାଶ୍ମି ରିପବ୍ଲିକାନ୍ ସିନେଟର ଗ୍ଲେନ୍ ଷ୍ଟୁର୍ଟେଭାଣ୍ଟ୍ଙ୍କୁ ପରାଜିତ କରି ଭର୍ଜିନିଆ ସିନେଟର ଭାବେ ନିର୍ବାଚିତ ହୋଇଛନ୍ତି। ହାଶ୍ମିଙ୍କ ପରିବାର ଆମେରିକା ଯିବା ପୂର୍ବରୁ ହାଇଦ୍ରାବାଦ୍ରେ ରହୁଥିଲେ। ପିଲାଦିନେ ହାଶ୍ମିଙ୍କୁ ସମସ୍ତେ ‘ମୁନ୍ନି’ ଭାବେ ଜାଣିଥିଲେ। ହାଶ୍ମି ପୂର୍ବରୁ ରିଚମଣ୍ଡ୍ରେ ରେନୋଲ୍ଡ୍ସ କମ୍ୟୁନିଟି କଲେଜ୍ରେ ଟିଚିଂ ଆଣ୍ଡ୍ ଲର୍ଣ୍ଣିଂରେ ସେଣ୍ଟର ଫର୍ ଏକ୍ସିଲେନ୍ସିର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ତେବେ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣ ସମୟ ଦେବାପାଇଁ ସେ ତାଙ୍କ ଚାକିରି ଛାଡ଼ିଦେଲେ। ୧୯୯୧ରେ ହାଶ୍ମି ଜର୍ଜିଆ ୟୁନିଭର୍ସିଟିରୁ ବ୍ୟାଚଲର ଡିଗ୍ରି ହାସଲ କରିଥିଲେ ଏବଂ ଏମୋରି ବିଶ୍ବବିଦ୍ୟାଳୟରୁ ସେ ପିଏଚ୍ଡି ହାସଲ କରିଛନ୍ତି।
ଇତିହାସ ରଚିଲେ ହାଇଦ୍ରାବାଦ୍ର ମୁନ୍ନି, ଭର୍ଜିନିଆ ଷ୍ଟେଟ୍ ସିନେଟ୍କୁ ନିର୍ବାଚିତ
/sambad/media/post_attachments/wp-content/uploads/2019/11/ghazala-hashmi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)