ଦେଖନ୍ତୁ: ଫୋନ୍‌ରେ କଥା କହି ଓଲଟା ରାସ୍ତାରେ ବାଇକ୍‌ ଚଳାଉଥିବା ବ୍ୟକ୍ତିଙ୍କର ହେଲା ବ୍ରେନ୍‌ ଡେଡ୍‌

ହାଇଦ୍ରାବାଦ: ରାସ୍ତା ଦୁର୍ଘଟଣା ପ୍ରଦର୍ଶନ କରୁଥିବା ଗୋଟାଏ ସିସିଟିଭି ଭିଡିଓ କ୍ଲିପ୍‌ ଏବେ ସାମାଜିଗ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଥିରେ ଦିଶୁଛି- ଜଣେ ଲୋକ ଜଣେ ଦ୍ୱିଚକିଆ ଯାନ ଚାଳକ ପାଗଳ ପ୍ରାୟ ଭୁଲ୍‌ କରି ମୃତ୍ୟୁ ବରଣ କରୁଛନ୍ତି।

ଟ୍ରାଫିକ୍‌ କ୍ୟାମ୍‌ ଫୁଟେଜ୍‌ରେ ଦିଶୁଛି ଜଣେ ଲୋକ ମୋବାଇଲ୍‌ ଫୋନ୍‌ରେ କଥା କହୁଥିବା ବଳେ ରାସ୍ତାର ବାମ ପଟରେ ମୋଟର୍‌ସାଇକେଲ୍‌ ଚଳାଇ ଯାଉଛନ୍ତି। କାନ ଓ କାନ୍ଧରେ ଜାକି ମୋବାଇଲ୍‌ଟି ଜାକି ଧରିଛନ୍ତି। କୌଣସି କାରଣରୁ ସେ ପଛକୁ ଫେରିବାକୁ ଗାଡ଼ି ବୁଲିବାକୁ ଉଦ୍ୟମ କରୁଥିବା ଦେଖା ଯାଉଛି।

ଗାଡ଼ି ବୁଲାଇବା ପରେ ସେ ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଉ ଥବାର ଦେଖାଯାଉଛନ୍ତି। ରାସ୍ତା ଉପରେ ତାଙ୍କ ଦୃଷ୍ଟି ନାହିଁ। ତା’ଛଡ଼ା ସେ ହେଲ୍‌ମେଟ୍‌ ବି ପିନ୍ଧି ନାହାନ୍ତି। ହଠାତ୍‌ ସେ ତୀର ବେଗରେ ରାସ୍ତା ସେପଟକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏଡ଼େ ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ଯେ ଆସୁଥିବା ଅଟୋ-ରିକ୍ସାଟିକୁ ରାସ୍ତା ପାରି ହେବା ଯାଏଁ ଅପେକ୍ଷା କରିବାକୁ ତାଙ୍କର ତର ସହୁନାହିଁ।


Courtesy: ANI

ସେ କୌଣସି ମତେ ଅଟୋ-ରିକ୍‌ସା ଟପି ଯାଉଛନ୍ତି, କିନ୍ତୁ ତା’ ପଛରେ କ’ଣ ଅଛି ଦେଖି ପାରୁ ନାହାନ୍ତି। ଅଟୋ ପଛରେ ଦ୍ରୁତଗତିରେ ଦୁଇଜଣ ଲୋକଙ୍କୁ ଆସୁଛି ଗୋଟାଏ ମୋଟର୍‌ସାଇକେଲ୍‌। ଭୁଲ୍‌ ପଟରେ ଆସି ସେମାନେ ରାସ୍ତା ମଝିକୁ ଚାଲି ଆସିଛନ୍ତି। ହଠାତ୍‌ ସେମାନେ ବ୍ରେକ୍‌ ମାରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଫୋନ୍‌ରେ କଥା କହୁଥିବା ବ୍ୟକ୍ତି ସେମାନଙ୍କୁ ପାଇଁ ନିଜକୁ ରକ୍ଷା କରିବାର ସୁଯୋଗ ନ ନାହିଁ। ଫୋନ୍‌ବାଲା ବ୍ୟକ୍ତି ଜଣକ ଆସୁଥିବା ବାଇକ୍‌ ସହ ମୁହାଁମୁହିଁ ଧକ୍କା ଆଚ୍ଛା କରି ତଳେ କଚଡ଼ାଏ ଖାଉଛନ୍ତି। ଫଳରେ ରସ୍ତାରେ ତାଙ୍କ ମୁଣ୍ଡ ପିଟି ହୋଇ ଯାଉଛି। ସେ ନିଶ୍ଚଳ ହୋଇ ସେଠରେ ପଡ଼ିରହୁଛନ୍ତି। ଗାଡ଼ି ସବୁ ଆସି ତାଙ୍କ ପାଖରେ ଅଟକୁଛନ୍ତି।

ଡାକ୍ତର ସେ ବ୍ୟକ୍ତିଙ୍କୁ ବ୍ରେନ୍‌ଡେଡ୍‌ ବୋଲି ଘୋଷଣା କରିଛନ୍ତି।

ହେଲ୍‌ମେଟ୍‌ ହିଁ ଏ ଦୁର୍ଘଟଣାରୁ ରକ୍ଷା କରି ପାରି ଥାଆନ୍ତା। ସେ ଯାହା ହେଲ୍‌ମେଟ୍‌ ପିନ୍ଧି ନ ଥିଲେ।

ସମ୍ବନ୍ଧିତ ଖବର