ଜାତିପ୍ରଥାକୁ ନେଇ ଥିବା ଭେଦ ଭାବ ଦୂର ଲାଗି ଦଳିତ ଯୁବକଙ୍କୁ କାନ୍ଧରେ ବୋହିଲେ ପୂଜାରୀ

ହାଇଦ୍ରାବାଦ୍‌ : ଦେଶରେ ଜାତି ଏବଂ ଧର୍ମକୁ ନେଇ ଅସୂୟା ମନୋଭାବ କ୍ରମଶଃ ବଢ଼ିବାରେ ଲାଗିଛି। ଫଳରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ନିଜ ନିଜ ଧର୍ମ ଓ ଜାତିକୁ ଶ୍ରେଷ୍ଠ ବୋଲି କହି ଲୋକମାନେ ପରସ୍ପର ଭିତରେ ଲଢ଼ିବାରେ ଲାଗିଛନ୍ତି । ଦେଶରେ ଚାଲିଥିବା ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ହାଇଦ୍ରାବାଦ୍‌ର ଜଣେ ପୂଜାରୀ ଏକ ସାଧୁ ଉଦ୍ୟମ କରିଛନ୍ତିି । ଦେଶରେ ଦଳିତ ଲୋକମାନଙ୍କୁ ସମ୍ମାନ ଦିଆ ଯାଉନଥିବା ଅଭିଯୋଗ ହେଉଥିବା ବେଳେ ଏହି ପୂଜାରୀ ଜଣକ ଜଣେ ଦଳିତ ଯୁବକଙ୍କୁ କାନ୍ଧରେ ବୋହି ରାସ୍ତାରେ ଚାଲିଛନ୍ତି।

ସୂଚନା ମୁତାବକ, ଚିଲ୍‌କୁର୍‌ ବାଲାଜୀ ମନ୍ଦିରର ପୂଜାରୀ ସିଏସ୍‌ ରଙ୍ଗରାଜନ ଦଳିତ ଯୁବକ ଆଦିତ୍ୟ ପରାଶ୍ରୀଙ୍କୁ କାନ୍ଧରେ ବୋହି ନେଇଥିଲୋ ଏହା ସେ ଅଞ୍ଚଳ ଲାଗି ନୂଆ ନୁହେଁ, ୩୦୦୦ବର୍ଷ ପୁରୁଣା ଏହି ପ୍ରଥାକୁ ରଙ୍ଗରାଜନ ବଞ୍ଚାଇ ରଖିବା ସହ ପ୍ରତି ବର୍ଷ ଦଳିତ ଯୁବକଙ୍କୁ କାନ୍ଧରେ ବୋହି ପ୍ରଥାକୁ ପାଳନ କରିଥାନ୍ତି । ଏହି ପ୍ରଥାର ନାମ ମୁନି ବାହାନ ସେବା ହୋଇଥିବା ବେଳେ ସମାଜରେ ଥିବା ଭେଦଭାବକୁ ଦୂର କରି ସମାନତା ଆଣିବା ଏହାର ଲକ୍ଷ୍ୟ ବୋଲି ରଙ୍ଗରାଜନ କହିଛନ୍ତି ।

ଆଦିତ୍ୟଙ୍କ କହିବା ଅନୁଯାୟୀ, ‘ମୋତେ ପୂର୍ବରୁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଥିଲା । କିନ୍ତୁ ଏହା ପରେ ମୁଁ ଠାକୁରଙ୍କୁ ଦର୍ଶନ କରିବାରେ ସଫଳ ହୋଇଛି । ଆଶା କରୁଛି କି ଏହି ପ୍ରଥା ସମସ୍ତଙ୍କ ଚିନ୍ତାଧାରା ବଦଳାଇ ପାରିବ ।’

ସମ୍ବନ୍ଧିତ ଖବର