ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ୍ ପୁଲିସ ଏନ୍କାଉଣ୍ଟରରେ ନିପାତ କରିଥିଲା। ସମସ୍ତ ୪ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ ସରିଛି ଏବଂ ଶବକୁ ସୁରକ୍ଷିତ ରଖାଯାଇଛି। ତେବେ ତେଲେଙ୍ଗାନା ହାଇକୋର୍ଟ ଉକ୍ତ ୪ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ହାଇକୋର୍ଟ ସମସ୍ତ ୪ ଅଭିଯୁକ୍ତଙ୍କ ଶବଗୁଡ଼ିକର ଦ୍ବିତୀୟବାର ବ୍ୟବଚ୍ଛେଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀ ଏମ୍ସର ୩ ଜଣ ବିଶେଷଜ୍ଞ ଫରେନ୍ସିକ୍ ସ୍ପେସାଲିଷ୍ଟ୍ଙ୍କ ଦ୍ବାରା ଏକ ମେଡିକାଲ ଟିମ୍ ଗଠନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୁଣି ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହରେ ହାଇଦ୍ରାବାଦ୍ ଏନକାଉଣ୍ଟର ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି ଭି ଏସ୍ ସିରପୁରକର ଏହି କମିଟିର ଅଧ୍ୟକ୍ଷତା କରୁଛନ୍ତି। ୬ ମାସ ମଧ୍ୟରେ କମିଟି ଏନ୍କାଉଣ୍ଟର ଘଟଣାରେ ତଦନ୍ତ ଶେଷ କରିବ। ତେବେ ଏହା ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୧୦ ତାରିଖରେ ୪ ଅଭିଯୁକ୍ତଙ୍କ ମର ଶରୀରକୁ ମେହବୁବନଗର ଜିଲ୍ଲା ଡାକ୍ତରଖାନାରୁ ଗାନ୍ଧି ମେଡିକାଲ କଲେଜ ଅଣାଯାଇଥିଲା।
ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କ ଶବ ପୁନଃ ବ୍ୟବଚ୍ଛେଦ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/12/fh87jkfh8k7fh84k5fh64kfh56kfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)