ହାଇଦରପୁରା ଏନ୍‌କାଉଣ୍ଟର୍‌: ପ୍ରତିବାଦସ୍ଥଳରୁ ନିହତ ନାଗରିକଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇ ଅଟକ ରଖିଲା ପୁଲିସ

ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଲେ ଉପରାଜ୍ୟପାଳ ମନୋଜ ସିହ୍ନା

ଶ୍ରୀନଗର: ହାଇଦରପୁରା ଏନ୍‌କାଉଣ୍ଟର୍‌ରେ ନିହତ ଦୁଇଜଣ ସାଧାରଣ ନାଗରିକଙ୍କର ପରିବାର ଲୋକଙ୍କୁ ପ୍ରତିବାଦସ୍ଥଳ ‘ପ୍ରେସ୍‌ ଏକ୍ଲାଭ୍‌’ରୁ ଆଜି ପୁଲିସ ଉଠାଇ ନେଇ ଅଟକ ରଖିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ମୃତବ୍ୟକ୍ତିଙ୍କ ପ୍ରତି ନ୍ୟାୟ ଓ ସେମାନଙ୍କ ଶବ ପାଇବା ଦାବିରେ ଆଜି ଅଲ୍‌ତଫ୍ ଭଟ ଏବଂ ମୁଦାସିର୍‌ଗୁଲ୍‌ ‘ସିଭିଲ୍‌ ସୋସାଇଟି ସଦସ୍ୟ’ମାନଙ୍କ ସହ ପ୍ରତିବାଦ ଚଳାଇଥିଲେ।

ସଦ୍ୟତମ ସୂଚନା ଅନୁସାରେ, ପୁଲିସ ଅଟକ ରଖିଥିବା ସମସ୍ତ ପ୍ରତିବାଦକାରୀଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛି। ଜମ୍ମୁ ଓ କଶ୍ମୀରରେ ତାପମାତ୍ରା ଶୂନ୍ୟ ଡିଗ୍ରି ତଳକୁ ଖସିଯାଇଥିବାରୁ ପ୍ରତିବାଦକାରୀମାନଙ୍କ ସୁରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କଥା ପୁଲିସ କହିଛି।

Image Courtesy of The Economic Times

ସଦ୍ୟତମ ସୂଚନା ଅନୁସାରେ, ବନ୍ଦୀପୁରା ଏନ୍‌କାଉଣ୍ଟର୍‌ ଘଟଣାର ଜଣେ ‘ଏଡିଏମ୍‌’ଙ୍କଦ୍ବାରା ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ଆଦେଶ ଦେଇଛନ୍ତି। ତେଣୁ, ସମୁଚ୍ଚିତ ପଦକ୍ଷେପ ନେଇ ସରକାର ଯଥା ସମ୍ଭବ ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କର‌ବେ।

ଜମ୍ମୁ ଓ କଶ୍ମୀର ପ୍ରଶାସନ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଅନୁମତି ନ ଦେବା ବଡ଼ କ୍ଷୋଭର କଥା ବୋଲି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା କହିଛନ୍ତି। ସେ କହିଛନ୍ତି, ଅବିଚାର କରାଯାଇଥିବା ପରିବାର ଏଭଳି ଭଦ୍ର ଆଚରଣ କରିବା ମୁଁ କ୍ବଚିତ୍ ଦେଖିଛି। ତାଙ୍କର ଦାବି ଯୁକ୍ତିସଙ୍ଗତ ଏବଂ ସେମାନଙ୍କର ଆଚରଣ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ। କିନ୍ତୁ, ରାତି ଅଧରେ ତାଙ୍କୁ ପୁଲିସ ଉଠାଇ ନେବା ଭଳି ପରିଣତି ବିଷୟରେ ସମସ୍ତେ ବିଚାର କରିବା ଉଚିତ।

ସମ୍ବନ୍ଧିତ ଖବର