ପୋଙ୍ଗୟାଙ୍ଗ୍/ଓ୍ଵାସିଂଟନ: ପ୍ରଶାନ୍ତ ମହାସାଗରରେ ଏକ ମହାଶକ୍ତିଶାଳୀ ଉଦ୍ଯାନ ବୋମା ପରୀକ୍ଷା ପାଇଁ ଉତ୍ତର କୋରିଆ ପ୍ରସ୍ତୁତ ହେଉଥିବାରୁ ଏହା ଘଟିଲେ ଉତ୍ତର କୋରିଆ-ଆମେରିକା ମଧ୍ୟରେ ଭୟାବହ ଯୁଦ୍ଧ ନିଶ୍ଚିତ ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ଆମେରିକା ଓ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଲାଗୁ କରିଥିବା କଠୋର କଟକଣାକୁ ବେଖାତିର କରି ଉତ୍ତର କୋରିଆ ଏବେ ପୁଣି ଉଦ୍୍ଯାନ ବୋମା ପରୀକ୍ଷଣ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ସମଗ୍ର ବିଶ୍ୱପାଇଁ ବିପଦ ମାଡ଼ି ଆସୁଛି ବୋଲି ସାମରିକ ବିଶେଜ୍ଞମାନେ କହିଛନ୍ତି। ଉତ୍ତର କୋରିଆ ବିରୋଧରେ କଠୋର କଟକଣାକୁ ଜାତିସଂଘ ମଂଜୁରି ଦେବା ସତ୍ତ୍ୱେ ଏହାର ଶାସକ କିମ୍ ଜଙ୍ଗ୍ ଉନ୍ କହିଛନ୍ତି ଯେ କୌଣସି ସ୍ଥିତିରେ ମଧ୍ୟ ଉତ୍ତର କୋରିଆର ସାମରିକ ନୀତିରେ ପରିବର୍ତ୍ତନ ହେବନାହିଁ ଏବଂ ଏହା ନିଜକୁ ସୁରକ୍ଷିତ ରଖିବା ପାଇଁ ଯେ କୌଣସି ସ୍ତରକୁ ଯାଇପାରିବ। ଜାତିସଂଘରେ ଆମେରିକା ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ ଉତ୍ତର କୋରିଆକୁ ସମୂଳେ ଧ୍ୱଂସ କରିବା ପାଇଁ ଚେତାବନୀ ଦେବାପରେ ମାମଲା ଆହୁରି ଗମ୍ଭୀର ହୋଇଛି। ଟ୍ରମ୍ପ୍ ପରବର୍ତ୍ତୀ ସମୟରେ କିମ୍ଙ୍କ ଉଦ୍ଦେଶ୍ୟରେ ଟ୍ଵିଟ କରି କହିଛନ୍ତି ଯେ ‘ପାଗଳ ବ୍ୟକ୍ତି ଭୟଙ୍କର ଶିକ୍ଷା ପାଇବ।ଦ ଟ୍ରମ୍ପ୍ଙ୍କ ଧମକକୁ କଡ଼ା ସମାଲୋଚନା କରିଥିବା ଉତ୍ତର କୋରିଆ କହିଛି ଯେ ପରମାଣୁ କାର୍ଯ୍ୟକ୍ରମ ଓ ଅସ୍ତ୍ର ପରୀକ୍ଷଣ ପ୍ରସଙ୍ଗରେ ଆମେରିକାର ବୟାନ ଦେବା ଅଧିକାର ନାହିଁ। ଆମେରିକାରେ ପ୍ରଳୟ ଘଟାଇବାକୁ ଆମେ ସକ୍ଷମ ବୋଲି ଉତ୍ତର କୋରିଆ ସାମରିକ ମୁଖ୍ୟ ଘୋଷଣା କରିଥିବା ବେଳେ ସେହି ଅନୁସାରେ ନିଜକୁ ଉତ୍ତର କୋରିଆ ପ୍ରସ୍ତୁତ କରୁଛି। ଏବେ ଚୀନ୍ ମଧ୍ୟ ଉତ୍ତର କୋରିଆକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେଉନାହିଁ ବୋଲି କୁହାଯାଉଛି।
ଉଦ୍ଯାନ ବୋମା ପରୀକ୍ଷା ହେଲେ ଯୁଦ୍ଧ ସୁନିଶ୍ଚିତ
/sambad/media/post_attachments/wp-content/uploads/2017/09/hydrogen-bomb-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)