ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ଏହି ବସ ବେଶ ସହାୟକ ହେବ | ଭାରତର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସି ଏହି ବସ୍ ନିର୍ମାଣ କରିଛି। ନବୀକରଣ ଯୋଗ୍ୟ ଉତ୍ସରୁ ବିଦ୍ୟୁତ୍ ବ୍ୟବହାର କରି ଜଳ ବିଭାଜନ କରି ଆଇଓସି(ଇଣ୍ଡିଆନ ଅଏଲ କର୍ପୋରେସନ) ପ୍ରାୟ ୭୫ କିଲୋଗ୍ରାମ ହାଇଡ୍ରୋଜେନ ଉତ୍ପାଦନ କରିବ | ଏହି ହାଇଡ୍ରୋଜେନକୁ ଦୁଇଟି ବସ୍ ଶକ୍ତି ଯୋଗାଇବା ପାଇଁ ବ୍ୟବହାର କରାଯିବ |

Advertisment

ପରୀକ୍ଷାମୂଳକ ଭାବେ ଏବେ ଏହା ଦିଲ୍ଲୀରେ ଚାଲିବ | ଫରିଦାବାଦରେ ଥିବା ଆଇଓସି ପ୍ଲାଣ୍ଟ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରୁଛି | ୩୦ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଚାରୋଟି ସିଲିଣ୍ଡର ଥିବା ବସ୍ ଥରକେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ | ସମସ୍ତ ଚାରୋଟି ଟ୍ୟାଙ୍କ ପୂରଣ କରିବାକୁ ୧୦-୧୨ ମିନିଟ୍ ସମୟ ଲାଗେ | ଏକ କିଲୋଗ୍ରାମ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ୫୦ ୟୁନିଟ୍ ଅକ୍ଷୟ ବିଦ୍ୟୁତ୍ ଏବଂ ୯ କିଲୋଗ୍ରାମ ଡିଓନାଇଜଡ୍ ଜଳ ଆବଶ୍ୟକ | ପୁରୀ କହିଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ଆଇଓସି ବସ୍ ସଂଖ୍ୟାକୁ ୧୫କୁ ବୃଦ୍ଧି କରିବ। ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଚିହ୍ନିତ ମାର୍ଗରେ ସବୁଜ ହାଇଡ୍ରୋଜେନ୍ ଦ୍ୱାରା ଚାଳିତ ୧୫ଟି ବସ ଚାଲିବ | ପୁରୀ କହିଛନ୍ତି, "ସ୍ୱଚ୍ଛ ତଥା ସବୁଜ ଶକ୍ତି ଉପରେ ଆମ ସରକାରଙ୍କର ଉଚ୍ଚାଭିଳାଷୀ ଯୋଜନା ରହିଛି।