ଟ୍ରାକ୍ରେ ଗଡ଼ିଲା ପୃଥିବୀର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍; ଘଣ୍ଟାକୁ ୧୪୦ କିମି ବେଗରେ ଦୌଡ଼ିବ
ନୂଆଦିଲ୍ଲୀ: ବ୍ୟାପକ ବାୟୁ ପ୍ରଦୂଷଣ ବର୍ତ୍ତମାନ ପୃଥିବୀର ଏକ ବଡ଼ ସଂକଟ ହୋଇ ଦେଖାଦେଇଛି। ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ଯାନବାହାନରୁ ବାହାରୁ ଥିବା ଧୂଆଁ ହେତୁ ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇ ବାୟୁମଣ୍ଡଳକୁ ବିଷାକ୍ତ କରୁଛି। ଯଦିଓ ବସ୍, ଟ୍ରକ ଓ ଅନ୍ୟ ଡିଜେଲ୍ ଚାଳିତ ଭାରୀ ଯାନ ଯୋଗୁଁ ପ୍ରଦୂଷଣ ଅଧିକ ହୋଇଥାଏ। ଟ୍ରେନ୍ର ଡିଜେଲ୍ ଇଂଜିନ୍ରୁ ମଧ୍ୟ ଏହି ରାସାୟନିକ ନିର୍ଗତ ହୋଇଥାଏ। ତେବେ ପ୍ରଦୂଷଣ କରୁ ନ ଥିବା ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଇଂଜିନ୍ ବଜାରକୁ ଆସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ହାଇଡ୍ରୋଜେନ୍ ଟ୍ରେନ୍ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ। ଏଥିରେ ବ୍ୟବହୃତ ହେଉଥିବା ବ୍ୟାଟେରି ଲିଥିୟମ୍-ଆଇଓନ୍ରୁ ପ୍ରସ୍ତୁତ ହୋଇଥିବା ଫଳରେ ମୋବାଇଲ୍ ଫୋନ୍ ବ୍ୟାଟେରି ଭଳି ଏହା ନିର୍ମିତ ହୋଇଥାଏ। ହାଇଡ୍ରୋଜେନ୍ ଜାଳେଣି ଦ୍ୱାରା ଏହା ଚାଲିଥାଏ। ହାଇଡ୍ରୋଜେନ୍ରୁ ଇଂଜିନ୍ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଏ, ଯାହା ଦ୍ୱାରା ଟ୍ରେନ୍ ଚାଲେ। ଫଳରେ ଟ୍ରେନ୍ ଇଂଜିନ୍ରୁ ଧୂଆଁ ଓ ପାଣି ବାହାରେ ନାହିଁ। ଏହା ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ଗତି କରିବ।
ଏହି ଇଂଜିନ୍ ପ୍ରସ୍ତୁତ କରୁଥିବା ଅଲ୍ଷ୍ଟମ୍ କମ୍ପାନି ପକ୍ଷରୁ କୁହାଯାଇଛି କି, ଗୋଟିଏ ସିଲିଣ୍ଡର ହାଇଡ୍ରୋଜେନ୍ରେ ଟ୍ରେନ୍ ୧,୦୦୦ କିଲୋମିଟର ଯାତ୍ରା କରିପାରିବ। ଏହାର ଜାଳେଣି ପ୍ରକ୍ରିୟାକରଣ ବ୍ୟବସ୍ଥା ସମୟରେ ଯେଉଁ ବଳକା ବିଦ୍ୟୁତ୍ ଉତ୍ପନ୍ନ ହୁଏ ତାହା ବ୍ୟାଟେରିରେ ସଞ୍ଚତ ହୋଇଥାଏ।
ଜର୍ମାନୀରେ ପ୍ରଥମ କରି ଯାତ୍ରୀବାହୀ ଟ୍ରେନ୍ରେ ହାଇଡ୍ରୋଜେନ୍ ଇଂଜିନ୍ ଖଞ୍ଜାଯାଇଛି। ସଫଳତାର ସହ ଏହା ପରୀକ୍ଷିତ ହୋଇଛି। ଅଲଷ୍ଟମ୍ ପକ୍ଷରୁ କୁହାଯାଇଛି କି ଇଂଲଣ୍ଡ, ନେଦରଲ୍ୟାଣ୍ଡ,ଡେନ୍ମାର୍କ,ନର୍େଓ୍ଵ,ଇଟାଲି ଓ କନଡାରୁ ଏହି ନୂଆ ଇଂଜିନ୍ କ୍ରୟ ଲାଗି ପ୍ରସ୍ତାବ ଆସିଛି।