ନୂଆଦିଲ୍ଲୀ : ହାଇଡ୍ରକ୍ସିକ୍ଲୋରୋକୁଇନ୍ ପାଇଁ ଏବେ ଆମେରିକା ସମେତ ୪୦ରୁ ଅଧିକ ରାଷ୍ଟ୍ର ଭାରତ ଉପରେ ନିର୍ଭର କରୁଛନ୍ତି। ଏହି ଔଷଧ ଦ୍ୱାରା ଅନେକ ମଣିଷ ଜୀବନ ବଞ୍ଚାଇ ଦିଆଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତେଣୁ ଏହି ଔଷଧ ପାଇବାକୁ ଅନୁରୋଧ କରୁଥିବା ଦେଶମାନଙ୍କୁ ଏହା ଯୋଗାଇ ଦିଆଯିବ। ଏହାର ରପ୍ତାନୀକୁ ବନ୍ଦ କରିବା ପାଇଁ ଅଧିକାରୀମାନେ ପ୍ରଥମେ ସୁପାରିଶ କଲା ବେଳେ ଏହାକୁ ମୋଦୀ ବାରଣ କରିଥିଲେ। ସେ କହିଥିଲେ ଯେ ଆମକୁ ତାହାର ଚାହିଦା ମୁତାବକ ଉତ୍ପାଦନ ବଢାଇବାକୁ ପଡ଼ିବ। ସେ କହିଛନ୍ତି ଯେ ଭାରତ ଯେତେବେଳେ ଭବିଷ୍ୟତରେ କେବେ ଅସୁବିଧାରେ ପଡ଼ିଥିବ, ସେତେବେଳକୁ ଧ୍ୟାନ ଦେଇ ଏବେର ସ୍ଥିତିକୁ ଆମ କାନ୍ଧକୁ ନେବାକୁ ହେବ। କୋଭିଡ୍-୧୯କୁ ସମ୍ଭାଳିବାରେ ହାଇଡ୍ରକ୍ସିକ୍ଲୋରୋକୁଇନ୍ ସଂକ୍ରାନ୍ତ ଗବେଷଣାତ୍ମକ ତଥ୍ୟ ପାଇବା ପରେ ଫାର୍ମା କମ୍ପାନୀର ମୁଖ୍ୟମାନଙ୍କୁ ଡକାଇ ମୋଦୀ କଥା ହୋଇଛନ୍ତି। ଏହି ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତର ସାମର୍ଥ୍ୟ ଜାଣିବାକୁ ଚାହିଛନ୍ତି ଏବଂ ଉତ୍ପାଦନ ସାମର୍ଥ୍ୟ ଜାଣିବା ପରେ ସେ ଉତ୍ସାହିତ ହୋଇ ଉତ୍ପାଦନ ତ୍ୱରାନ୍ୱିତ କରିବାକୁ ଫାର୍ମା କମ୍ପାନୀମାନଙ୍କୁ ଆହ୍ୱାନ କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଥମେ ଏହି ଔଷଧ ପାଇଁ ଅନୁରୋଧ କରିବା ପରେ ଏହା ଚର୍ଚାକୁ ଆସିଥିଲା। ଏବେ ଭାରତ ପ୍ରଥମ ପର୍ଯ୍ୟାୟରେ ୧୩ ବନ୍ଧୁ ରାଷ୍ଟ୍ରଙ୍କୁ ଔଷଧ ପ୍ରଦାନ କରିଛି।
ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ନେଇ କ'ଣ ଥିଲା ମୋଦୀଙ୍କ ରଣନୀତି
/sambad/media/post_attachments/wp-content/uploads/2020/04/modi-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)