ୱାସିଂଟନ୍ : ଆମେରିକାର ଅନୁରୋଧ କ୍ରମେ ପ୍ରଥମ ପର୍ଯ୍ୟାୟରେ ଭାରତରୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଯାଇ ଆମେରିକାରେ ପହଞ୍ଚିଛି। ଆମେରିକା ପାଇଁ ଏବେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ର ଜରୁରୀ ଆବଶ୍ୟକତା ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ଆମେରିକାକୁ ଏଭଳି ସଙ୍କଟ ସମୟରେ ଭାରତ ସହଯୋଗର ହାତ ବଢ଼ାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁରୋଧକ୍ରମେ ଭାରତ ଆମେରିକାକୁ ୩୫.୮୨ ଲକ୍ଷ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଟାବ୍ଲେଟ ପଠାଇବା ପାଇଁ ସ୍ବିକୃତୀ ଦେଇଥିଲା। ଏଥିସହ ଆମେରିକାକୁ ୯ ମେଟ୍ରିକ୍ ଟନ୍ର ପାାରାସିଟାମଲ୍ ଉପକରଣ ପଠାଇବାପାଇଁ ଭାରତ ସ୍ବିକୃତୀ ଦେଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଯାଇ ଆମେରିକାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ରପ୍ତାନୀ ଉପରୁ କଟକଣା ହଟାଇବାପରେ ଟ୍ରମ୍ପ୍ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସଙ୍କଟ ସମୟରେ ଭାରତର ସହଯୋଗକୁ ଭୁଲି ହେବନି ବୋଲି ସେ କହିଥିଲେ। ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ହାଇଡ୍ରୋକ୍ସିକ୍ଲୋରକ୍ବିନ୍କୁ ଏକ ସମ୍ଭାବ୍ୟ ଚିକିତ୍ସା ଭାବେ ଗ୍ରହଣ କରାଯାଇଛି। ନ୍ୟୁୟର୍କରେ ୧୫୦୦ରୁ ଅଧିକ କରୋନାଭାଇରସ୍ ରୋଗୀଙ୍କ କ୍ଷେତ୍ରରେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ର ପରୀକ୍ଷା କରାଯାଇଛି।
ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସିକ୍ଲୋରକ୍ବିନ୍
/sambad/media/post_attachments/wp-content/uploads/2020/04/Hydroxychloroquine-Reaches.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)