କୋଭିଡ୍ ନିବାରଣରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ବିଫଳ

ୱାସିଂଟନ: ମହାମାରୀ କୋଭିଡ୍–୧୯ର ନିବାରଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଶ୍ରେଷ୍ଠ ଉପଲବ୍ଧ ଔଷଧ ଭାବେ ବିବେଚିତ ମ୍ୟାଲେରିଆ ବଟିକା ହାଇଡ୍ରକ୍ସିକ୍ଲୋରୋକ୍ବିନ୍ (ଏଚ୍ସିକ୍ୟୁ) ବିଫଳ ସାବ୍ୟସ୍ତ ହୋଇଛିା ଜଣେ କୋଭିଡ୍ ପୀଡି଼ତଙ୍କ ସଂସ୍ପର୍ଶରେ ଆସୁଥିବା ନିକଟ ସମ୍ପର୍କୀୟଙ୍କୁ ସାମିଲ କରି ଆମେରିକାର ମିନିସୋଟା ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଏପରି ଫଳାଫଳ ମିଳିପାରିଛି। ନ୍ୟୁ ଇଂଲଣ୍ତ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍‌ରେ ପ୍ରକାଶିକ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଅନୁଯାୟୀ, ଏହି ଏଚ୍‌ସିକ୍ୟୁ ବଟିକା କୋଭିଡ୍ ସଂକ୍ରାନ୍ତ ସାମାନ୍ୟତମ ଅସୁସ୍ଥତା ଦୂର କରିବାରେ ମଧ୍ୟ କାମ କରୁନାହିାଁ ତେବେ ଜଣଙ୍କର ମାନସିକ ସ୍ଥିତି ଅନୁସାରେ କେବଳ ମନ ବୁଝିବାକୁ ଏହା ଦିଆଯାଉଛି ବୋଲି କୁହାଯାଇଛିା ଅପରପକ୍ଷେ, ଏହାଦ୍ବାରା ଯଦିଓ ସେଭଳି କିଛି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ, ତେବେ ଏହାକୁ ଗ୍ରହଣ କରିଥିବା ୪୦ ପ୍ରତିଶତଙ୍କର ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥିବା ଜଣାଯାଇଛି। ଫଳରେ ଏହାକୁ ଏକ ସଫଳ ମହୋଷଧି ଭାବେ ଧରିନେଇଥିବା ଆମେରିକାବାସୀଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଛି ବୋଲି ମୁଖ୍ୟ ଗବେଷକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଡେଭିଡ୍ ବୋଲ୍ଓ୍ବେର୍ କହିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପ୍ରୋତ୍ସାହନ ପରେ ଗତ ମାର୍ଚ୍ଚ ମାସରୁ ଏହି ଏଚ୍‌ସିକ୍ୟୁ ଓ ଅନ୍ୟତମ ମ୍ୟାଲେରିଆ ଔଷଧ କ୍ଲୋରୋକ୍ବିନ୍ ମଧ୍ୟ ଚର୍ଚ୍ଚାରେ ରହି ଆସିଥିଲା । ତେବେ ଗୁରୁତର କୋଭିଡ୍ ରୋଗୀଙ୍କଠାରେ ଏହାର ଉପଯୋଗ ନିରାପଦ କି ନୁହେଁ ତାହା ମଧ୍ୟ ଜଣାପଡ଼ିନଥିବା ବେଳେ ଆମେରିକାର ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଆଶଙ୍କା କରି ଏହାର ବ୍ୟବହାରକୁ ବାରଣ କରିଥିଲେ। ଏ ସବୁ ସେତ୍ତ୍ବ ରାଷ୍ଟ୍ରପତି ଟ୍ରମ୍ପ୍ ନିଜର ଦୁଇ ଜଣ ସହକର୍ମୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଜାଣିବା ପରେ ଏହି ଏଚ୍ସିକ୍ୟୁ ବଟିକାକୁ ପ୍ରତିଷେଧକ ଭାବେ ଦୁଇ ସପ୍ତାହ ଧରି ଗ୍ରହଣ କରିଥିବା କଥା ସ୍ବୀକାର କରିଥିଲେ। ତେବେ ଗବେଷକ ଡା. ଡେଭିଡ୍ ବୋଲ୍ଓ୍ବେର୍ ଏବଂ ସାଥୀ ଆମେରିକା ଓ କାନାଡା଼ର କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ୮୨୧ ଜଣ ଡାକ୍ତର, ନର୍ସ ଏବଂ ନିକଟ ସମ୍ପର୍କୀୟଙ୍କୁ ଏଚ୍‌ସିକ୍ୟୁ ଦେଇ ତାହାର ଫଳାଫଳ ଅନୁଧ୍ୟାନ କରିଥିଲେ। ତେବେ ଏହା ଦ୍ବାରା କୌଣସି ଆଶାନୁରୂପ ଫଳ ମିଳିନଥିବା ବୋଲ୍ଓ୍ବେର୍ କହିଛନ୍ତିା

ସମ୍ବନ୍ଧିତ ଖବର