ନୂଆଦିଲ୍ଲୀ: ଅଣ୍-କୋଭିଡ୍ ଏବଂ କୋଭିଡ୍ ଅଞ୍ଚଳରେ ସମ୍ମୁଖ ଭାଗର କର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍କୁ ପ୍ରତିଷେଧକ ଔଷଧ ଭାବେ ବ୍ୟବହାର କରିବାପାଇଁ ଆଇସିଏମ୍ଆର ଅନୁମତି ଦେଇଛି। ଆଇସିଏମ୍ଆର ଦ୍ବାରା ଜାରି ହୋଇଥିବା ଏକ ନୂଆ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଅବରୋଧ ଅଞ୍ଚଳ, ଅଣ-କୋଭିଡ୍ ହସ୍ପିଟାଲ୍ରେ ଥିବା ସ୍ବାସ୍ଥ୍ୟକର୍ମୀ ତଥା ଅନ୍ୟାନ୍ୟ ସମ୍ମୁଖ ଭାଗର ଯୋଦ୍ଧା ତଥା ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ର ବ୍ୟବହାର କରିହେବ। କିନ୍ତୁ କେତେଗୁଡିଏ ନିୟମାବଳୀ ମାନିବାକୁ ପଡ଼ିବ। ଡାକ୍ତରୀ ତତ୍ତ୍ବାବଧାନରେ ଏହି ଔଷଧ ଦେବାକୁ ପଡ଼ିବ। କେବଳ ଜଣେ ପଂଜିକୃତ ଡାକ୍ତରୀ ଚିକିତ୍ସକଙ୍କ ପ୍ରେସକ୍ରିପ୍ସନ୍ ଅନୁଯାୟୀ ହିଁ ଏହି ଔଷଧ ଦେବାକୁ ପଡ଼ିବ। ଔଷଧ ଆରମ୍ଭ ପୂର୍ବରୁ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ ସମ୍ମୁଖ ଭାଗର ଯୋଦ୍ଧାମାନେ ପିପିଇ ବ୍ୟବହାର କରିବା ଉଚିତ୍। ଯଦି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ପରୀକ୍ଷା କରିବାପାଇଁ କୁହାଯାଇଛି। ସଂକ୍ରମଣର କୌଣସି ଲକ୍ଷଣ ନଥିବା ମାମଲା ଗୁଡ଼ିକୁ ହୋମ୍ କ୍ବାରାଣ୍ଟିନ୍ରେ ରଖିବାକୁ କୁହାଯାଇଛି। ତବେ ୧୫ ବର୍ଷରୁ କମ୍ ପିଲା ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା' ମାନଙ୍କ ପାଇଁ ଏହି ଔଷଧ ବ୍ୟବହାର କରିବାପାଇଁ ମନା କରାଯାଇଛି।
ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ବ୍ୟବହାରକୁ ଆଇସିଏମ୍ଆର ଅନୁମତି
/sambad/media/post_attachments/wp-content/uploads/2020/04/Hydroxychloroquine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)