ଟ୍ରାକରେ ଦୌଡିବ ହାଇପରଲୁପ ଟ୍ରେନ୍, ୧ଘଣ୍ଟାର ରାସ୍ତାକୁ ୧୦ ମିନଟରେ କରିବ ଅତିକ୍ରମ

ନୂଆଦିଲ୍ଲୀ: ଦେଶରେ ବୁଲେଟ୍ ଟ୍ରେନ୍ ଠାରୁ ବି ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ଏବେ ଭାରତୀୟ ରେଳ ଟ୍ରାକରେ ଦୌଡିବ । ଯାହାକି ଘଣ୍ଟା ପ୍ରତି ୧୦୮୦ କିଲୋମିଟର ବେଗରେ ଚାଲିବ । ଏହି ଟ୍ରେନ ପ୍ରାଥମିକ ପର୍ଯ୍ୟାୟରେ ବେଙ୍ଗାଲୁରୁ ସହରରେ ଚାଲିବା ନେଇ ସୂଚନା ମିଳିଛି । ଏହି ଟ୍ରେନ୍ ର ନାମ ରହିଛି ହାଇପରଲୁପ ଟ୍ରେନ । ଯାହା ଦ୍ୱାରା ଲୋକମାନେ ୧ ଘଣ୍ଟାର ଯାତ୍ରାକୁ ୧୦ ମିନିଟ୍ ରେ ଶେଷ କରିପାରିବେ । ବିଶେଷ କରି ବେଙ୍ଗାଲୁରୁ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ଯାତ୍ରୀ ମାନଙ୍କୁ ୧ଘଣ୍ଟାର ସମୟ ଲାଗୁଥିଲା । ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରିବା ପରେ ବିମାନ ବନ୍ଦରରେ ଯାତ୍ରୀ ମାନଙ୍କୁ ପହଞ୍ଚିବାକୁ ମାତ୍ର ୧୦ ମିନିଟ୍ ସମୟ ଲାଗିବ ।

ସୂଚନା ମୁତାବକ ଭର୍ଜିନ ହାଇପରଲୁପ ପ୍ରସ୍ତାବିତ ହାଇପରଲୁପ କରିଡର ପାଇଁ ଅଧ୍ୟୟନ ଶେଷ କରିଛି । ଏହା ପରେ ବେଙ୍ଗାଲୁରୁ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଆଇଏଏଲ) ସହିତ ଏକ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ କରାଯାଇଛି । ଏହି ଟ୍ରାକ୍ ପ୍ରତି ୬ ମାସରେ ଦୁଇଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ହେବାର ଆଶା କରାଯାଉଛି । ବିଶ୍ଳେଷଣ ଅନୁଯାୟୀ ବେଙ୍ଗାଲୁରୁ ସହରରୁ କୌଣସି ସ୍ଥାନରୁ ଯାତ୍ରୀ ନେଇ ୧୦ ମିନିଟ୍ ମଧ୍ୟରେ ବିମାନବନ୍ଦରରେ ପହଞ୍ଚାଇପାରିବ । ଏହି ଟ୍ରେନ୍ ରେ ସର୍ବାଧିକ ୧ ହଜାର ଯାତ୍ରୀ ଯିବା ଆସିବା କରିପାରିବେ । ଏହି ଟ୍ରେନ୍ ର ଆକାର ଏକ କ୍ୟାପସୁଲ ପରି । ଏହାର ସର୍ବନିମ୍ନ ବେଗ ୧୦୮୦ କିଲୋମିଟର ଘଣ୍ଟା ପ୍ରତି ରହୁଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ୧୩ ଶହ କିଲୋମିଟର ବେଗରେ ଘଣ୍ଟା ପ୍ରତି ଦୌଡି ପାରିବ ।

Don't believe the hype about Hyperloop | News | Railway Gazette International
Railway Gazette

ରିପୋର୍ଟ ମୁତାବକ ବିଆଇଏଏଲ ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ହରି ମାରର କହିଛନ୍ତି କି ବିଆଇଏଲ ବିମାନବନ୍ଦରକୁ ଏକ ପରିବହନ ହବ୍ ରେ ପରିଣତ କରି ଭାରତ ପାଇଁ ଏକ ନୂତନ ପ୍ରବେଶ ଦ୍ୱାର ସୃଷ୍ଟି କରିବାକୁ ଯୋଜନା କରାଯାଉଛି । ଆମେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉତ୍ସାହିତ ଅଛୁ । ଯାହା କର୍ଣ୍ଣାଟକ ରାଜ୍ୟର ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ । ଅନ୍ୟପଟେ ୪ ବର୍ଷ ମଧ୍ୟରେ ବେଙ୍ଗାଲୋରର ସମସ୍ତ ବିମାନବନ୍ଦର ନିକଟକୁ ମେଟ୍ରୋରେଳ ଯୋଗା ଯୋଗ ପାଇଁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି । କହିରଖୁ କି ରବିବାର ଦିନ ଏହି ହାଇପରଲୋପ୍ ଟ୍ରେନ ଚଳା ଚଳ ନେଇ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ସମ୍ବନ୍ଧିତ ଖବର