ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ରୁଷ

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବାବେଳେ ରୁଷ ନୂଆ ନୂଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରାଯାଉଛି । ନିକଟରେ ରୁଷ  ପକ୍ଷରୁ ଜିରକନ ( ଏହାକୁ ସିରକନ ମଧ୍ୟ କୁହାଯାଉଛି ) ହାଇପରସୋନିକ୍ ମିସାଇଲର ପରୀକ୍ଷଣ କରାଯାଇଛି । ଏହି ମିସାଇଲକୁ ବ୍ୟାରେଣ୍ଟସ ସାଗରରୁ ନିକ୍ଷେପ କରାଯାଇଥିଲା ଓ ଏହା ୧୦୦୦ କିଲୋମିଟର ଦୂରରେ ଥିବା ଶ୍ବେତ ସାଗରରେ ଥିବା ଏକ ଟାର୍ଗେଟକୁ ମାଡ଼ କରିଥିଲା । ଏ ସମ୍ପର୍କରେ ରୁଷ ମିଲିଟାରୀ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।

ଏହି ପରୀକ୍ଷଣ ସମ୍ପର୍କରେ ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଏହା ରୁଷର ନୂଆ ପୀଢିର ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅନ୍ୟତମ ।

କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ୫ଗୁଣ ବେଗରେ ଗଲେ ତାହାକୁ ହାଇପରସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦ ବେଗର ପାଞ୍ଚଗୁଣ ବେଗରେ ଗତି କରୁଥିବାରୁ ଏଗୁଡ଼ିକୁ ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକ ମଧ୍ୟ ଅଟକାଇପାରନ୍ତି ନାହିଁ । ରୁଷ ପାଖରେ କିଞ୍ଜେଲ ଓ ଜିରକନ ନାମକ ଦୁଇଟି ହାଇପରସୋନିକ କ୍ଷେପଣାସ୍ତ୍ର ରହିଛି । ଅନ୍ୟପକ୍ଷରେ ଚୀନ, ଆମେରିକା ଓ ଭାରତ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରୁଛନ୍ତି ।

 

ଗତ ବର୍ଷ ଚୀନ ପକ୍ଷରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଭାରତ ୨୦୨୬ ସୁଦ୍ଧା ହାଇପରସୋନିକ କ୍ଷେପଣାସ୍ତ୍ର ଟେକନଲୋଜୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

 

ସମ୍ବନ୍ଧିତ ଖବର