ହାଇପରସୋନିକ୍ ମିସାଇଲର ପରୀକ୍ଷଣ କରିଛି କି ଭାରତ ?

ନୂଆଦିଲ୍ଲୀ : ଭାରତର ମହାକାସ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଶୁକ୍ରବାରଦିନ ଏକ ହାଇପରସୋନିକ୍ ଭେହିକ୍ଲର ପରୀକ୍ଷଣ କରାଯାଇଛି । ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫଙ୍କ ଉପସ୍ଥିତିରେ ଏହି ପରୀକ୍ଷଣ କରାଯାଇଛି ।ଏହି ପରୀକ୍ଷଣ ଆଶା ଅନୁସାରେ ପ୍ରଦର୍ଶନ କରିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହା ପୂର୍ବ ନିର୍ଦ୍ଧାରିତ ଏକ ଟାର୍ଗେଟକୁ ଭେଦ କରିଛି ।

ଏହି ହାଇପରସୋନିକ ଭେହିକ୍ଲର ସଫଳ ପରୀକ୍ଷଣ ପରେ ଭାରତ ହାଇପରସୋନିକ କ୍ଷେପଣାସ୍ତ୍ର କ୍ଲବରେ ସାମିଲ ହୋଇଛି ବୋଲି କୁହାଯାଉଛି । ବିଶ୍ବର ଅଳ୍ପ କିଛି ଦେଶଙ୍କ ପାଖରେ ଏହି ଟେକନଲୋଜୀ ରହିଛି ।

 

କ୍ରୁଜ ମିସାଇଲ ଶବ୍ଦଠାରୁ ୩ଗୁଣ ବେଗରେ ଗଲେ ତାହାକୁ ସୁପରସୋନିକ କ୍ଷେପଣାସ୍ତ୍ର କୁହାଯାଏ । ଏହାର ଉଦାହରଣ ହେଉଛି ଭାରତର ବ୍ରହ୍ମସ । କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ୫ଗୁଣ ବେଗରେ ଗଲେ ତାହାକୁ ହାଇପରସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦ ବେଗର ପାଞ୍ଚଗୁଣ ବେଗରେ ଗତି କରୁଥିବାରୁ ଏଗୁଡ଼ିକୁ ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକ ମଧ୍ୟ ଅଟକାଇପାରନ୍ତି ନାହିଁ ।  ଗତ ବର୍ଷ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି । ଏପରିକି ୟୁକ୍ରେନ ଯୁଦ୍ଧରେ ରୁଷ କେତେକ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର