ରାଞ୍ଚି: ମୁଁ ଜଣେ ମୁଖ୍ୟମନ୍ତ୍ରୀ, କ’ଣ ଦେଶ ଛାଡ଼ି ପଳାଇବି ଯେ ମୋ ନିକଟକୁ ଏଭଳି ସମନ୍ ପଠାଯାଉଛି ବୋଲି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯିବା ଆଗୁର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି।
ବେଆଇନ ଖଣି ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ହେମନ୍ତ ସୋରେନ୍ କହିଛନ୍ତି, ମୁଁ ଜଣେ ମୁଖ୍ୟମନ୍ତ୍ରୀ। ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ। କିନ୍ତୁ, ମୋ ପାଖକୁ ଯେଭଳି ସମନ୍ ଆସୁଛି ମୋର ମନେହେଉଛି ସତେ ଅବା ମୁଁ ଦେଶ ଛାଡ଼ି ପଳାଇଯିବି। ବ୍ୟବସାୟୀଙ୍କ ଛଡ଼ା କୌଣସି ରାଜନେତା ଦେଶ ଛାଡ଼ି ଚାଲିଯାଇଥିବା କଥା ମୋର ମନେହୁଏ ନାହିଁ।
Image Courtesy of Deccan Heraldଗୁରୁତ୍ବାରୋପ କରି ସେ ପୁଣି ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଗତ ଅଭିଯୋଗ ଭିତ୍ତିହୀନ। ସେ କହିଛନ୍ତି, ଏଡ଼େ ସହଜରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ଦେଖି ମୁଁ ତଟସ୍ଥ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ସମଗ୍ର ରାଜ୍ୟର ପଥର ଖାଦନଗୁଡ଼ିକରୁ ସମୁଦାୟ ରାଜସ୍ବ ଆୟ ପ୍ରାୟ ୭୫୦ କୋଟି ଟଙ୍କା ବୋଲି ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ପତ୍ର ଲେଖି ଜଣାଇଛନ୍ତି। ସେଥିରେ ଆପଣ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରୁଛନ୍ତି କିଭଳି?।
Image Courtesy of NDTVଝାଡ଼ଖଣ୍ଡର ମୋର୍ଚ୍ଚା ସରକାରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଏହା ହେଉଛି ‘ବିଜେପି’ କେନ୍ଦ୍ର ସରକାରଙ୍କର ବୃହତ୍ତମ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Hemant-Soren_Thumbnail.jpg)