ଉଭୟ ସଂସଦ ଭବନର ପ୍ରତିନିଧି ହୋଇଥିବାରୁ ମୁଁ ଭାଗ୍ୟବାନ : ଶାହ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜକୁ ଭାଗ୍ୟବାନ୍‌ ବୋଲି କହିଛନ୍ତି। ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାରେ ମୁଁ ଉଭୟ ବର୍ତ୍ତମାନର ସଂସଦ ଭବନ ଏବଂ ନୂଆ ସଂସଦ ଭବନର ପ୍ରତିନିଧି ହୋଇଥିବାରୁ ନିଜକୁ ଭାଗ୍ୟବାନ୍‌ ମନେ କରୁଛି।

ସମଗ୍ର ରାଷ୍ଟ୍ର ନୂଆ ସଂସଦ ଭବନର ଅବିଶ୍ବସନୀୟ ଝଲକ ଦେଖିବାପାଇଁ ଆଗ୍ରହୀ ରହିଛି। ଆମ ଦେଶର ସଂସ୍କୃତି ଏବଂ ଆଧୁନିକତା ପାଇଁ ଏକାଠି ହେବାର ଏହା ଏକ ସ୍ବତନ୍ତ୍ର ଉଦାହରଣ। ତେବେ ମୁଁ ଉଭୟ ପୁରୁଣା ସଂସଦ ଭବନ ଏବଂ ନୂଆ ସଂସଦ ଭବନରେ ଜନ ପ୍ରତିନିଧି ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ଭାଗ୍ୟବାନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୋଷ୍ଟ୍‌ ଉପରେ ଜବାବ ରଖି ଶାହ ଆଜି ଏହି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର