ମୁଁ ସେହେନ୍‌ଶାହ ନୁହେଁ: ନିଜ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ଥିବା ଦୃଷ୍ଟିରୁ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୋଡ୍‌ ସୋ’ ସମୟରେ ଗାଡ଼ି ବାହାରକୁ ବାହାରିବା ଉପରେ କଟକଣା ଲାଗିଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି,‘ ମୁଁ ଜଣେ

ସେହେନ୍‌ଶାହ ନୁହେଁ। ମୁଁ ଲୋକମାନଙ୍କ ସହ ଭାବ ବିନିମୟରୁ ହିଁ ଶକ୍ତି ହାସଲ କରିଥାଏ। ମତେ ଅଭିନନ୍ଦନ ଜଣାଇବା ଲାଗି ହଜାର ହଜାର ଲୋକ ରାସ୍ତା କଡ଼ରେ ଛିଡା ହୋଇଥିବେ ଆଉ ମୁଁ ଗାଡ଼ି ଭିତରେ ଚୁପ୍‌ ହୋଇ ବସି ରହିବି,ଏପରି ସମ୍ଭବ ନୁହେଁ। ’ ଅନ୍‌ଲାଇନ୍‌ ପତ୍ରିକା ସ୍ୱରାଜକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ଉପରୋକ୍ତ ମତ ଦେଇଛନ୍ତି।

DTNext.in

ସେ ଆହୁରି କହିଛନ୍ତି ଯେ,‘ମତେ ଆନନ୍ଦର ସହ ଅଭିବାଦନ ଜଣାଇବାକୁ ଆସିଥିବା ଲୋକଙ୍କ ଠାରୁ ମୁଁ ଦୂରେଇ ରହିପାରିବି ନାହିଁ। ସେଥିପାଇଁ ମୁଁ ଗାଡ଼ିରୁ ବାହାରି ଯେତେ ସମ୍ଭବ ଅଧିକ ଲୋକଙ୍କ ସହ ମିଶିଥାଏ।’

ନିକଟରେ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିଛି। ସୁରକ୍ଷା ଏଜେନ୍ସୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ଏଯାବତ୍‌ ସର୍ବାଧିକ ବିପଦ ରହିଛି। ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ସେ ଟାର୍ଗେଟ୍‌ରେ ରହିଛନ୍ତି।

ସମ୍ବନ୍ଧିତ ଖବର