ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ମୁଁ ଦାବିଦାର ନୁହେଁ: ନୀତୀଶ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଦଳ ନେତାଙ୍କୁ ଭେଟିବାପାଇଁ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ବିରୋଧୀ ଦଳ ନେତାଙ୍କୁ ଏକଜୁଟ କରିବା ପ୍ରୟାସ ନେଇ ନୀତୀଶ ଦିଲ୍ଲୀ ଆସିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ନୀତୀଶ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲେ ସୁଦ୍ଧା ନୀତୀଶ ଆଜି ଏହାକୁ ଖଣ୍ଡନ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନୀତୀଶ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ସେ ଦାବିଦାର ନୁହନ୍ତି କି ଇଚ୍ଛୁକ ନୁହନ୍ତି। ଏଭଳି ବିଷୟକୁ ନେଇ ଚର୍ଚ୍ଚା ହେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ନୀତୀଶ କୁମାର ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିବା ବେଳେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଆଇଏମ୍‌ର ସାଧାରଣ ସଚିବ ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସେହିପରି ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଏବଂ ଆଇଏନ୍‌ଏଲ୍‌ଡିର ଓମ୍‌ ପ୍ରକାଶ ଚୌତାଲାଙ୍କୁ ନୀତୀଶ ତାଙ୍କ ଗସ୍ତର ଦ୍ବିତୀୟ ଦିନରେ ଭେଟିଥିବା ଜଣାପଡ଼ିଛି। ନୀତୀଶ ବିରୋଧୀ ଦଳଙ୍କୁ ଏଜକୁଟ କରିବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କେଜ୍ରିୱାଲଙ୍କ ସହ ନୀତୀଶଙ୍କ ବୈଠକ ସମୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଜେଡିୟୁ ନେତା ସଂଜୟ ଝା ମଧ୍ୟ ଉପସ୍ଥିତ ଥିଲେ। ୟେଚୁରୀ କହିଛନ୍ତି ଯେ ବିରୋଧୀ ମେଣ୍ଟକୁ କୁମାର ଫେରିବା ଏବଂ ବିଜେପି ବିରୋଧରେ ଲଢ଼ିବା ଲକ୍ଷ୍ୟ ଭାରତୀୟ ରାଜନୀତି ପାଇଁ ଏକ ବଡ଼ ସଙ୍କେତ। ୟେଚୁରୀ କହିଛନ୍ତି, ପ୍ରଥମ କାମ ହେଉଛି ସବୁ ଦଳକୁ ଏକଜୁଟ କରିବା। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରଥମ କାମ ନୁହେଁ। ସମୟ ଆସିଲେ ଆମେମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରିବୁ। ଆସନ୍ତାକାଲି ନୀତୀଶ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ।

ଉଦ୍ଧବ ବିଶ୍ବାସଘାତ କରିଛନ୍ତି, ନିଶ୍ଚିତ ଦଣ୍ଡ ପାଇବେ : ଶାହ

Sambad English

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ୨ଦିନିଆ ମୁମ୍ବାଇ ଗସ୍ତ‌ରେ ଅଛନ୍ତି। ମୁମ୍ବାଇରେ ପୂଜା ମଣ୍ଡପ ବୁଲିବା ସହ ଶାହ ଦଳୀୟ କର୍ମୀ ଏବଂ ନେତାଙ୍କ ସହ ଘନ ଘନ ବୈଠକ କରୁଛନ୍ତି। ଆଗକୁ ପୌର ନିର୍ବାଚନ ଥିବାବେଳେ ଶାହ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ମୁମ୍ବାଇ ଗସ୍ତରେ ଯାଇଛନ୍ତି ବୋଲି କୁହାଯାଉଛି। ବିଏମ୍‌ସି ନିର୍ବାଚନରେ ବିଜେପି ୧୫୦ଟି ଆସନରେ ଜିତିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ବିଜେପି ମୁଖ୍ୟମନ୍ତ୍ରୀ ଏକନାଥ ‌ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ। ଏହି ଅବସରରେ ଶାହ ଆଜି ମୁମ୍ବାଇରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ବର୍ଷିଛନ୍ତି। ଶାହ କହିଛନ୍ତି, ଉଦ୍ଧବ ଠାକ୍‌ରେ ସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ବିଚାରଧାରା, ହିନ୍ଦୁତ୍ବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେବେନ୍ଦ୍ର ଫଡ଼ନାବିସ ଏବଂ ୨୦୧୯ ବିଧାନସଭା ନିର୍ବ‌ାଚନରେ ବିଜେପି-ଶିବସେନା ମେଣ୍ଟ ପାଇଁ ଭୋଟ୍‌ ଦେଇଥିବା ଭୋଟରଙ୍କ ସହ ବିଶ୍ବାସଘାତ କରିଛନ୍ତି। ରାଜନୀତିରେ ଜଣେ ଅପମାନ ସହିପାରିବ କିନ୍ତୁ ଜଣେ ଆଦୌ ବିଶ୍ବାସଘାତକୁ ସହ୍ୟ କରିପାରିବ ନାହିଁ। ଜ‌ଣେ ବିଶ୍ବାସଘାତକ ନିଶ୍ଚିତ ଦଣ୍ଡ ପାଇବ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର