ମୁମ୍ବାଇ: ମୁଁ କୌଣସି ମୁସ୍ଲିମ ପୁଅକୁ ବିବାହ କରିବି ନାହିଁ। ଏବେ ଭାଗବତ ଗୀତା ପଢ଼ୁଛି ବୋଲି କହିଛନ୍ତି ଉର୍ଫି ଜାଭେଦ। ବିଗ୍ ବସ୍ ଓଟିଟିରୁ ଚର୍ଚ୍ଚାରେ ରହି ଆସିଥିବା ଉର୍ଫି ଜାଭେଦ୍ ତାଙ୍କ ବୋଲ୍ଡ ଲୁକ୍ ପାଇଁ ଅନେକ ସମୟରେ ବିବାଦରେ ରହିଥାଆନ୍ତି। ଉର୍ଫି ଗଣମାଧ୍ୟମକୁ କହିଛନ୍ତି, ଇଣ୍ଡଷ୍ଟ୍ରିରେ ମୋର କେହି ଗଡଫାଦର ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ଜଣେ ମୁସଲମାନ। ଯେତେବେଳେ ଲୋକମାନେ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିବା ସମସ୍ତେ ଜାଣନ୍ତି। ସେହି ଲୋକମାନେ ଭାବନ୍ତି ଯେ ମୁଁ ଇସଲାମର ଭାବମୂର୍ତ୍ତିକୁ ଅପବିତ୍ର କରୁଛି। ମୁଁ ମୁସଲମାନ ପୁରୁଷମାନଙ୍କୁ ଘୃଣା କରେ। କାରଣ ସେମାନେ ଚାହାଁନ୍ତି ମୁସଲିମ୍ ମହିଳାମାନେ ତାଙ୍କ ଆଦର୍ଶ ମାନିବାକୁ ବାଧ୍ୟ। ସେମାନେ ସମାଜର ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ସେଥିପାଇଁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ବୋଲି ଉର୍ଫି କହିଛନ୍ତି।
କୌଣସି ମୁସ୍ଲିମ୍ ପୁଅକୁ ବାହା ହେବିନି: ଉର୍ଫି
/sambad/media/post_attachments/wp-content/uploads/2021/12/d4g654agd654da654gda65gda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)