ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଥିଲେ। ତେବେ ଟ୍ବିଟର୍ରେ ଆଜି ଏ ବାବଦରେ ସ୍ପଷ୍ଟ କରି ସେ କହିଛନ୍ତି ଯେ ଅସୁସ୍ଥତା ଯୋଗୁ ୨୦୧୯ ନିର୍ବାଚନ ନ ଲଢ଼ିବାକୁ ମନସ୍ଥ କରିଛନ୍ତି। କିନ୍ତୁ ରାଜନୀତିରୁ ସେ ଅବସର ନେବେନାହିଁ। ସେହିଭଳି ସେ ନିର୍ବାଚନ ଲଢ଼ିବେ କି ନାହିଁ, ତାହା ବିଜେପି ଚୂଡ଼ାନ୍ତ କରିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ଶଶି ଥରୁର ଟ୍ବିଟ୍ କରି ସୁଷମାଙ୍କ ନିର୍ବାଚନ ପ୍ରସଙ୍ଗ ଉଠାଇଥିଲେ। ସୁଷମା ସଂସଦ ଛାଡ଼ିବାକୁ ଯାଉଥିବାରୁ ସେ ଦୁଃଖିତ ବୋଲି ଦର୍ଶାଇଥିଲେ। ଥରୁର୍ଙ୍କ ଟ୍ବିଟ୍ର ଜବାବ ଦେଇ ସୁଷମା ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି।
ରାଜନୀତିରୁ ଅବସର ନେଉନାହିଁ: ସୁଷମା
ଦୁଃଖିତ ଯେ ସୁଷମା ସଂସଦ ଆସିବେନି: ଥରୁର