ମୋଦୀ ସବୁଠି ସମ୍ମାନର ଯୋଗ୍ୟ, ଏଥିପାଇଁ ମୁଁ ଗର୍ବିତ : ସାମ୍‌ ପିଟ୍ରୋଡ଼ା

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଆମେରିକା ଗସ୍ତ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡ଼ା ଆଜି ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ପିଟ୍ରୋଡା କହିଛନ୍ତି, ବିଶ୍ବର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତର ପ୍ରଧାନମନ୍ତ୍ରୀ ସବୁଠି ସମ୍ମାନର ଯୋଗ୍ୟ ଏବଂ ଏଥିପାଇଁ ମୁଁ ଗର୍ବିତ। ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପିଟ୍ରୋଡା ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଆମେରିକା ଗସ୍ତ‌ରେ ଅଛନ୍ତି। ପିଟ୍ରୋଡା କହିଛନ୍ତି, ଏଠି ଲୋକେ କହୁଛନ୍ତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସବୁଠି ସମ୍ମାନ ଏବଂ ସ୍ବାଗତ କରାଯାଉଛି।

ମୁଁ ଏଥିରେ ଖୁସି। କାରଣ ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ। ତେବେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଏଭଳି ସମ୍ମାନ ଏବଂ ସ୍ବାଗତ ମିଳୁଛି। ବିଜେପିର ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବୋଲି ପିଟ୍ରୋଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର