ନୂଆଦିଲ୍ଲୀ: ନିଜର କାନ୍ନ‌ାଡସ୍ଥିତ ବାସଭବନରେ ଗୁଳିମାଡ଼ ହେବା ପରେ ନଜକୁ ସୁରକ୍ଷିତ ଥିବା ଦର୍ଶାଇଛନ୍ତି ଗାୟକ ଏପି ଢିଲୋଁ। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, "ମୁଁ ନିରାପଦ ଅଟେ। ମୋ ଲୋକମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଯେଉଁମାନେ ମୋ ପାଇଁ ଚିନ୍ତା ପ୍ରକଟ କରି ମୋ ନିକଟରେ ପହଞ୍ଚିଛନ୍ତି ସେମାନଙ୍କୁ ଧନ୍ୟବାଦ। ଆପଣଙ୍କ ସମର୍ଥନର ଅର୍ଥ ସବୁକିଛି। ସମସ୍ତଙ୍କୁ ଶାନ୍ତି ଏବଂ ପ୍ରେମ ଅର୍ପଣ କରୁଛି।"

Advertisment

ଇଣ୍ଡିଆ ଟୁଡେ ଟିଭି ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୨ ତାରିଖ ବା ସୋମବାର ରାତିରେ କାନ୍ନ‌ାଡର ଭାନକୋଭରରେ ପଞ୍ଜାବୀ ଗାୟକ ତଥା ରାପରଙ୍କ ଘର ନିକଟରେ ଗୁଳିମାଡ଼ ହୋଇଥିଲା। 

ଏହି ଗୁଳି ବିନିମୟ ପାଇଁ ଲରେନ୍ସ ବି‌‌ଷ୍ନଇ-ରୋହିତ ଗୋଡାରା ଗ୍ୟାଙ୍ଗ ଦାୟୀ ବୋଲି ଦାବି ହୋଇଛି। ଏହି ଗ୍ୟାଙ୍ଗ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଥିବା ସମ୍ପର୍କକୁ ଦର୍ଶାଇ ଏପି ଢିଲୋଁଙ୍କୁ ଧମକ ଦେଇଥିଲା ଏବଂ ତାଙ୍କୁ ତାଙ୍କ ସୀମା ମଧ୍ୟରେ ରହିବାକୁ କହିଥିଲେ। ନଚେତ୍ ସେ ଏକ 'କୁକୁରର ମରଣ' ମରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲା।

କାନ୍ନାଡା ଭିତ୍ତିକ ଏହି ଭାରତୀୟ ସଂଗୀତଜ୍ଞ ବର୍ତ୍ତମାନ ଦୁନିଆର ସବୁଠାରୁ ବଡ ପଞ୍ଜାବୀ ପପ୍ ତାରକାମାନଙ୍କ ମଧ୍ୟରୁ ଜଣେ। ପଞ୍ଜାବର ଗୁରୁଦାସପୁରର ଏକ ଛୋଟ ଗାଁରୁ କାନ୍ନାଡା ପର୍ଯ୍ୟନ୍ତ ତାଙ୍କର ଏକ ଉଲ୍ଲେଖନୀୟ ଯାତ୍ରା। ଯେଉଁଠାରେ ସେ ଏକ ବିଶ୍ୱସ୍ତରୀୟ ସଂଗୀତ ସେନ୍ସେସ୍ ପାଲଟିଛନ୍ତି।