ମୁଁ ମଧ୍ୟ ନିର୍ଯାତନାର ଶିକାର ହୋଇଛି: କିନ୍ତୁ ଏହା ‘#ମି ଠୁ ’ ଅଧୀନରେ ଆସୁନି: କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଆଜି କହିଛନ୍ତି ଯେ ସେ ମଧ୍ୟ ଫିଲ୍ମ ସେଟ୍‌ରେ ଅନେକ ଥର ଅଭିନେତାମାନଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛନ୍ତି। କିନ୍ତୁ ଏହା ‘ମିଠୁ’ ଅଧୀନରେ ଆସୁନି। କଙ୍ଗନା କହିଛନ୍ତି ଯେ ଖାଲି ଯୌନ ନିର୍ଯାତନା ନୁହେଁ ବିଭିନ୍ନ ସ୍ତର‌ରେ ଜଣେ ନିର୍ଯାତନାର ଶିକାର ହୋଇପାରିବେ। କ୍ୟାରିୟରରେ ‌ସେ ଅନେକ ଲୋକଙ୍କ ଦ୍ବାରା ଖରାପ ବ୍ୟବହାରର ଶିକାର ହୋଇଛନ୍ତି। କିଛି ଲୋକଙ୍କର ଅଂହଭାବ ଜନିତ ସମସ୍ୟା ରହିଛି। ଯଦିଓ ମୁଁ କେବେ ଯୌନ ନିର୍ଯାତନାର ଶିକାର ହୋଇନି କିନ୍ତୁ ଅନ୍ୟ ସ୍ତରରେ ମୁଁ ଅଭିନେତାଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛି ବୋଲି କଙ୍ଗନା କହିଛନ୍ତି। ଏଭଳି ନିର୍ଯାତନା ଖୁବ୍‌ କଷ୍ଟଦାୟକ ଏବଂ ଅପମାନଜନକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର