ନୂଆଦିଲ୍ଲୀ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଦ୍ବିତୀୟ ଥର ପାଇଁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସେ ଦେଶ ଛାଡ଼ିନାହାନ୍ତି ବୋଲ କହିଛନ୍ତି। ଜେଲେନସ୍କି ଆଜି କିବ୍ ଅଫିସ୍ରୁ ଏକ ଭିଡିଓ ଇନଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛନ୍ତି। ଜେଲେନସ୍କି କହିଛନ୍ତି, ମୁଁ କିବ୍ରେ ଅଛି ଏବଂ ଏଠାରୁ କାମ କରୁଛି। କେହି ଦେଶ ଛାଡ଼ିନାହାନ୍ତି। ଜେଲେନସ୍କି ଦେଶ ଛାଡ଼ି ପୋଲାଣ୍ଡ୍ ପଳାଇଛନ୍ତି ବୋଲି ରୁଷ୍ ସଂସଦର ବାଚସ୍ପତି ଗତକାଲି ଦାବି କରିଥିଲେ। ସୋସିଆଲ ମିଡିଆରେ ଜେଲେନସ୍କିଙ୍କ ପଳାୟନ ନେଇ ଚର୍ଚ୍ଚା ହୋଇଥିଲା। ଜେଲେନସ୍କି ଆମେରିକାର ଉଦ୍ଧାର ପ୍ରସ୍ତାବକୁ ଗ୍ରହଣ କରି ଦେଶ ଛାଡ଼ି ଦେଇଛନ୍ତି ବୋଲି କିଛି ଲୋକ ଦାବି କରିଥିଲେ। କିନ୍ତୁ ଜେଲେନସ୍କି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଭବନ ଉପରେ ରୁଷ୍ ସେନା କ୍ଷେପଣାସ୍ତ୍ର ମାଡ଼ କରିଥିଲା ଏବଂ ଏହି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦିଆଯାଇଛି। ଜେଲେନସ୍କି ଏ ବାବଦରେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ରାଷ୍ଟ୍ରପତି ଭବନ ଉପରେ କୌଣସି କ୍ଷେପଣାସ୍ତ୍ର ମାଡ଼ ହୋଇନାହିଁ ଏବଂ ଜେଲେନସ୍କି କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ମିଛ ପୋଷ୍ଟ୍ କରୁଥିବା ରୁଷ୍ କହିଛି।
ମୁଁ ଦେଶ ଛାଡ଼ିନି: ଜେଲେନସ୍କି, ଭିଡିଓରେ କିବ୍ ଅଫିସ୍ ଦେଖାଇଲେ
କ୍ଷେପଣାସ୍ତ୍ର ମାଡ଼ ହୋଇଥିବା କହିଲେ
/sambad/media/post_attachments/wp-content/uploads/2022/03/s65465d4g65dgagdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)