ମୁଁ ଦାୟିତ୍ୱରୁ ଖସି ଯାଏ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୁଁ ଦାୟିତ୍ୱରୁ ଖସି ଯାଏ ନାହିଁ ବୋଲି ‘ହିନ୍ଦୁସ୍ତାନ୍‌ ଟାଇମସ୍‌ ଲିଡର୍‌ସିପ୍‌ ସମିଟ୍‌’ର ଉଦ୍ଘାଟନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଜନଜୀବନ ଉନ୍ନତ କରିବାରେ ତାଙ୍କ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ କହିବା ବେଳେ ସେ କହିଲେ କି, ଏଗୁଡ଼ିକ ମଧ୍ୟରୁ ଅନେକ ଅତୀତର କଥା ହୋଇଗଲାଣି, କିନ୍ତୁ ସେ ସେଗୁଡ଼ିକୁ ପକାଇ ରଖିବା ଲୋକ ନୁହନ୍ତି।

ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ, ୧୧୨ଟି ଜିଲ୍ଲାରେ ଉନ୍ନତିକରଣ ପାଇଁ କଠୋର ଉଦ୍ୟମ, ଦିଲ୍ଲୀର ବେଆଇନ କଲୋନିଗୁଡ଼ିକୁ ନିୟମିତ କରାଇବା ଆଦି କାର୍ଯ୍ୟ ତାଙ୍କ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ନୁହେଁ, ବିକାଶ ଅଟେ ବୋଲି ମୋଦୀ କହିଛନ୍ତି।

Image Source: HT

ପ୍ରଣୟନ କଥା ବିଚାର ନ କରି ସେମାନେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦିଅନ୍ତି ଓ ଘୋଷଣା କରନ୍ତି।

ଶିଖର ବୈଠକରେ ସମବେତ ଅଗ୍ରଣୀ ବ୍ୟବସାୟୀ, କୂଟନୀତିଜ୍ଞ ଏବଂ ରାଜନେତାଙ୍କ ଗହଣରେ ସେ ଆହୁରି କହିଛନ୍ତି ଯେ ଆମ୍ଭେ ନିଜେ ଚାପ ଗ୍ରହଣ କରିଛୁ। ଏସବୁ ଚାପ ଜନତାଙ୍କ ଉନ୍ନତ ଭବିଷ୍ୟତ ସହ ସମ୍ପୃକ୍ତ।

ସମ୍ବନ୍ଧିତ ଖବର