ରାଜ କ’ଣ କରନ୍ତି, ସେ ବିଷୟରେ ମୁଁ କେବେ ପଚାରେ ନାହିିଁ: ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବୁଧବାର ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଜକୁନ୍ଦ୍ରା ଓ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୪୩ ଜଣଙ୍କ ବୟାନ ରେକର୍ଡ ବି ରହିଛି । ଦାଖଲ ହୋଇଥିବା ଚାର୍ଜସିଟରେ ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ସେଟ୍ଟୀ ଓ ସର୍ଲିନ ଚୋପ୍ରାଙ୍କ ବୟାନ ବି ସାମିଲ କରାଯାଇଛି ।

www.indiatoday.in

ତେବେ ଶିଳ୍ପା ନିଜ ବୟାନରେ କହିଛନ୍ତି ଯେ, ସେ ନିଜ କାମରେ ବ୍ୟସ୍ତ ଥିଲେ ଏବଂ ସେ ରାଜଙ୍କୁ କ’ଣ କରନ୍ତି ବୋଲି ପଚାରନ୍ତି ନାହିଁ। ଜାତୀୟ ଗଣମାଧ୍ୟମ ଅନୁୁଯାୟୀ, ଶିଳ୍ପା ନିଜ ବୟାନରେ କହିଛନ୍ତି ଯେ, ରାଜ ୨୦୧୯ରେ ସୌରଭ କୁଶୱାହାଙ୍କ ସହ ଆର୍ମସପ୍ରାଇମ ମିଡିଆ ନାମକ ଏକ କମ୍ପାନିରେ ଯୋଗ ଦେଇଥିଲେ। ଆର୍ମସପ୍ରାଇମ ମିଡିଆ ପୁନମ୍ ପାଣ୍ଡେ ଏବଂ ଅନ୍ୟାନ୍ୟ ଅଭିନେତ୍ରୀଙ୍କ ଭିଡିଓ ଦେଖାଏ। ଏଥିରେ ଅଭିନେତ୍ରୀମାନେ ନିଜ ଇଚ୍ଛାରେ ନିଜର ଅଶ୍ଲୀଳ ଭିଡିଓ ସୁଟ କରାନ୍ତି। ମୁଁ ଏହା ଜାଣିବା ପରେ ରାଜଙ୍କୁୁ ଏହା ବିଷୟରେ ପଚାରିଥିଲି, ଯାହାର ଉତ୍ତରରେ ସେ କହିଥିଲେ ଯେ ଓଟିଟି ପ୍ଲାଟଫର୍ମ ଭଲ ଚାଲିଛି ଏବଂ ସେ ଭଲ ଲାଭ ପାଉଛନ୍ତି| ଏହା ପରେ ରାଜ କିଛି ସମସ୍ୟା ହେତୁ ସୌରଭ କୁଶୱାହାଙ୍କଠାରୁ ଅଲଗା ହୋଇଥିଲେ। ହେଲେ ମୁଁ ଆଜି ଜାଣିବାକୁ ପାଇଲି ଯେ, ବିଆନ୍ ଇଣ୍ଡଷ୍ଟ୍ରି ମାଧ୍ୟମରେ ଏକ ହଟସଟ୍ ଆପ୍ ତିଆରି କରାଯାଇଥିଲା ଏବଂ ଏହା ମାଧ୍ୟମରେ ପ୍ରସ୍ତୁତ ଅଶ୍ଳୀଳ ଭିଡିଓ ପ୍ରଦୀପ ବକ୍ସିଙ୍କୁ ବିକ୍ରି କରାଯାଉଥିଲା | ମୁଁ ମୋର ନିଜ କାମରେ ବ୍ୟସ୍ତ ଥିଲି। ମୋ ସ୍ୱାମୀ କ’ଣ କରୁଛନ୍ତି ବୋଲି ମୁଁ ତାଙ୍କୁ ପଚାରେ ନାହିଁ। ସେ ମୋତେ ତାଙ୍କ କାର୍ଯ୍ୟ ବିଷୟରେ କିଛି କୁହନ୍ତି ନାହିଁ | ମୁଁ ଏସବୁ ବିଷୟରେ କିଛି ଜାଣେ ନାହିଁ |

ସମ୍ବନ୍ଧିତ ଖବର