ମୁଁ ମିଛ କହେନାହିଁ, ରିଲାଏନ୍ସ ସହିତ ଚୁକ୍ତି ଡାସଲ୍ଟ ଆଭିଏସନର ନିଷ୍ପତ୍ତି: ଡାସଲ୍ଟ ସିଇଓ ଏରିକ ଟ୍ରାପିୟର

ନୂଆଦିଲ୍ଲୀ: ରାଫେଲ ଲଢ଼ୁଆ ବିମାନ ନେଇ ଲଗାତର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଫେଲ ନିର୍ମାତା ଡସଲ୍ଟ ଅଭିଏସନ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ସମାଲୋଚନା କରି ଆସୁଛନ୍ତି। ରାଫେଲ ଲଢ଼ୁଆ ବିମାନ କିଣିବା ନେଇ ଦୁର୍ନୀତି ହୋଇଥିବା ନେଇ ରାହୁଲ ଗାନ୍ଧୀ ଅଭିଯୋଗ କରିବା ସହିତ ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର ଅନୀଲ ଅମ୍ବାନିଙ୍କ ରିଲାଏନସ କମ୍ପାନୀ ସହିତ ଚୁକ୍ତି କରିବା ଘଟଣାରେ ମିଛ କହୁଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗର ଜବାବ ରଖିଛନ୍ତି ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର । ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର କହିଛନ୍ତି ଯେ ମୁଁ ମିଛ କହେ ନାହିଁ। ମୁଁ ଯାହା ପୂର୍ବରୁ କହିଛି ଓ ବର୍ତ୍ତମାନ ଯେଉଁ ଷ୍ଟେଟମେଣ୍ଟ ଦେଉଛି ସବୁ ସତ୍ୟ ଉପରେ ଆଧାରିତ ବୋଲି ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର କହିଛନ୍ତି।
ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର କହିଛନ୍ତି ଯେ ଡାସଲ୍ଟ କମ୍ପାନି ପୂର୍ବରୁ କଂଗ୍ରେସ ଦଳ କହିତ କାରବାର କହିଛି। କମ୍ପାନି ୧୯୫୩ ମସିହାରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ ସହିତ ପ୍ରଥମ କାରବାର କରିଥିଲା। ଟ୍ରାପିୟର କହିଛନ୍ତି ଯେ ସେ ଭାରତ ସରକାରଙ୍କ ସହିତ କାରବାର କରୁଛନ୍ତ। କୌଣସି ରାଜନୈତିକ ଦଳ ସହିତ ନୁହେଁ। ଆମେ ଭାରତୀୟ ବାୟୁସେନାକୁ ଲଢ଼ୁଆ ଯୁଦ୍ଧ ବିମାନ ସହିତ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଆସୁଛୁ। ଆଉ ଏହି କାରବାର ଭାରତ ସରକାରଙ୍କ ସହିତ ହେଉଛି। ଯାହାକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେବେ ଅନିଲ ଅମ୍ବନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନିକୁ ଅଫ୍‌ସେଟ ପାର୍ଟର୍ନର କରିବା ପ୍ରସଙ୍ଗରେ ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର କହିଛନ୍ତି ଯେ ଏହା ଡାସଲ୍ଟ କମ୍ପାନିର ନିଷ୍ପତ୍ତି। ଏଥିରେ ଯେଉଁ ଟଙ୍କା ବିନିଯୋଗ ହେବ ତାହା ରିଲାଏନ୍ସ କମ୍ପାନିକୁ ସିଧାସଳଖ ଯିବ ନାହିଁ ।ଏହା ରିଲାଏନ୍ସ ଡିଫେନ୍ସ ଓ ହାସଲ୍ଟ ଆଭିଏସନ୍‌ର ଜଏଣ୍ଟ ଭେଞ୍ଚର ବୋଲି ଶ୍ରୀ ଟ୍ରାପିୟର କହିଛନ୍ତି। ରାହୁଲ ଅଭିଯୋଗ କରିଥିଲେ ଯେ ଡାସଲ୍ଟ ଆଭିଏସନ ଏକ କ୍ଷତିରେ ଚାଲୁଥିବା କମ୍ପାନକୁ ୨୪୮ କୋଟି ଟଙ୍କା ଦେଇଛି, ଯାହାକି ଅନୀଲ ଅମ୍ବାିୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ କିକ୍‌ବାକ ବୋଲି ରାହୁଲ ଅଭିଯୋଗ କରିଥିଲେ। ଏହାର ୧୦ ଦିନ ପରେ ଡାସଲ୍ଟ ଆଭିଏସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାପିୟର ରାହୁଲଙ୍କ ଅଭିଯୋଗ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି।

ଟ୍ରାପିୟର କହିଛନ୍ତି ରାଫେଲ ନେଇ କିଛି ବିବାଦୀୟ ଚର୍ଚ୍ଚା ହଉଛି । ଏହା ଅଭ୍ୟନ୍ତରୀଣ ରାଜନୀତିରର ପ୍ରତିଫଳନ। ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ଦେଶରେ ଯପରି ଚର୍ଚ୍ଚା ହୁଏସେହିପରି ର୍ଚ୍ଚା ହେଉଛି ବୋଲି ଟ୍ରାପିୟର କହିଛନ୍ତି।

 

ସମ୍ବନ୍ଧିତ ଖବର