ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ବକ୍ତବ୍ୟ ପାଇଁ ପ୍ରସିଦ୍ଧ। ସେ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିଥାନ୍ତି। ନିକଟରେ ତାପସୀ କହିଛନ୍ତି ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହେବାକୁ ଚାହୁଁ ନାହାନ୍ତି। ଅଭିନେତ୍ରୀ କହିଛନ୍ତି ସେ କେତେ ପରିମାଣର କାମ କରୁଛନ୍ତି ଏବଂ କାମ ବଦଳରେ ସେ ପାଉଥିବା ଫିସ୍‌କୁ ନେଇ ବହୁତ ଖୁସି ଅଛନ୍ତି। ଏହା ବ୍ୟତୀତ ସେ ନିଜ କ୍ୟାରିୟର ଏବଂ ଜୀବନରେ କିଛି ଚାହାନ୍ତି ନାହିଁ।

Advertisment

ଫିଭର ଏଫଏମ ସହିତ ଏକ ସାକ୍ଷାତକାର ସମୟରେ, ତାପସୀ ପନ୍ନୁଙ୍କୁ ପଚରାଯାଇଥିଲା ଯେ ସେ କେବେ କାମ ହରାଇଛନ୍ତି କି? କାରଣ ଆପଣ ଅନେକ ଥର କହିଥିଲେ ଯେ ମୁଁ ବଲିଉଡ ଇଣ୍ଡଷ୍ଟ୍ରିରେ ଏତେ ଅନ୍ତର୍ନିହିତ ନୁହେଁ ଏବଂ ନିଜ ପାଇଁ ନିଜ ପଥ ଚୟନ କରିବାକୁ ଚ‌ାର୍ହେ।

ଏହାର ଜବାବରେ ତାପସୀ କହିଥିଲେ ହଁ ମୋ ଜୀବନରେ ଏହା ଘଟିଛି, କିନ୍ତୁ ଏହା ମୋ ପାଇଁ ଠିକ ଅଛି। ଏହା ମୋ ଜୀବନର ଶେଷ ନୁହେଁ। ମୁଁ ଅନୁଭବ କରୁଛି ଏବଂ ମୁଁ ସର୍ବଦା କହିଛି ଯେ ମୋ ଜୀବନ ବହୁତ ସୀମିତ ଅଟେ। ମୁଁ ଅନ୍ୟମାନଙ୍କ ପରି ବଞ୍ଚିବାକୁ ଚାହେଁ ନାହିଁ। ମୁଁ ମୋ ଜୀବନକୁ ନିଜ ଭଳି ବଞ୍ଚିବାକୁ ଚାହୁଁଛି।

ସେ ଆହୁରି ମଧ୍ୟ କହିଛନ୍ତି, 'ସର୍ବାଧିକ, କ’ଣ ହେବ ମୁଁ ସର୍ବାଧିକ ନମ୍ବର ବିଶିଷ୍ଟ ଅଭିନେତ୍ରୀ ହୋଇପାରିବି ନାହିଁ। ମୁଁ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହେବାକୁ ଚାହୁଁ ନାହିଁ। ମୁଁ ଯାହା ରୋଜଗାର କରୁଛି ସେଥିରେ ମୋ ଘର ଚଳୁଛି। ମୁଁ ଅକ୍ଷୟ ସାର୍‌ଙ୍କ ଏକ ସାକ୍ଷାତକାର ପଢ଼ିଥିଲି, ଯାହା ମୋତେ ବହୁତ ପସନ୍ଦ ଆସିଥିଲା ​। ସେ କହିଛନ୍ତି ଯେ ଏସବୁ ଶୁଣିବା ପରେ ମୁଁ ଅନୁଭବ କରୁଛି ଯେ ମୁଁ ମହାଲକ୍ଷ୍ମୀ ରେସ୍ କୋର୍ସରେ ଦୌଡୁଥିବା ଘୋଡା। ମୋ ଜୀବନରେ ମୁଁ ସର୍ବଦା ୧ ନମ୍ବରରେ ଅଛି କାରଣ ମୁଁ ଏକୁଟିଆ ଦୌଡୁଛି ଏବଂ ମୁଁ ନିଜ ସ୍ଥାନରେ ରହିବି।

ତାପସୀ ତାଙ୍କର ନୂଆ ଚଳଚ୍ଚିତ୍ର ‘ଫିର ଆଇ ହସିନ୍ ଦିଲ୍ରୁବା’ରିଲିଜକୁ ଅପେକ୍ଷା କରିଛନ୍ତି। ଏଥିରେ ସେ ବିକ୍ରାନ୍ତ ମୈସି ଏବଂ ସନ୍ନି କୌଶଲଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ର ୯ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ। ଏହା ବ୍ୟତୀତ, ତାପସୀଙ୍କର ‘ଖେଲ ଖେଲ ମେଁ’ ଫିଲ୍ମ ଅଛି, ଯାହା ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ, ତାପସୀ ୨୦୧୩ରେ ଫିଲ୍ମ ‘ଚସ୍‌ମେବଦୁର’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।