ନୂଆଦିଲ୍ଲୀ: ବୁଧବାର ସଂସଦର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଗୋଟିଏ ଦିନ ପୂର୍ବରୁ ଘନଶ୍ୟାମ ତିୱାରୀଙ୍କ ଦ୍ୱାରା ଅଣାଯାଇଥିବା‌ ବଂଶବାଦ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ। ଗତକାଲି ଗୃହ ପ୍ରକ୍ରିୟା ସ୍ଥଗିତ ରଖିବା ପୂର୍ବରୁ ସେ ନ ଥିଲେ ବୋଲି ମଲ୍ଲିକାର୍ଜୁନ କହିଛନ୍ତି। ସେତେବେଳେ ଜଣେ ଗୃହର ଜଣେ ସମ୍ମାନୀୟ ସଦସ୍ୟ ଘନଶ୍ୟାମ ତିୱାରୀ ଏକ ସମସ୍ୟା ସୃଷ୍ଟି କରିଥିଲେ। ତାଙ୍କ ମନରେ କଣ ଅଛି ମୁଁ ଜାଣେ ନାହିଁ। କଂଗ୍ରେସ ସଭାପତି କହିଛନ୍ତି ରାଜନୀତିରେ ଏହା ମୋର ପ୍ରଥମ ପିଢ଼ି। ମୋର ପିତାମାତା ରାଜନୀତିରେ ନ ଥିଲେ।

Advertisment

ସେ ରାଜନୀତିରେ ତାଙ୍କର ପ୍ରାରମ୍ଭିକ ଦିନ ବିଷୟରେ ମଧ୍ୟ ଆଲୋଚନା କରି କହିଥିଲେ ଯେ ମୋ ବାପା ମୋତେ ଲାଳନପାଳନ କରିଛନ୍ତି ଏବଂ ଏଠାରେ ପହଞ୍ଚିବା ପାଇଁ ଯାହା ଘଟିଛି ତାହା କେବଳ ତାଙ୍କ ଆଶୀର୍ବାଦ ଯୋଗୁ ହୋଇଛି। ବର୍ତ୍ତମାନ ମତେ ୮୫ ହେଲାଣି। ତେବେ ମଲ୍ଲିକାର୍ଜୁନ ଭୁଲରେ ତାଙ୍କ ବୟସ ୯୫ ବର୍ଷ ବୋଲି କହିଥିଲେ। ଏହା ଉପରେ ଚେୟାରମ୍ୟାନ୍ ଜଗଦୀପ ଧନଖର କହିଥିଲେ ଯେ ଏହା ଭୁଲରେ ଆପଣଙ୍କ ପାଟିରୁ ବାହାରି ନାହିଁ। ମୁଁ ପ୍ରାର୍ଥନା କରିବି ଆପଣଙ୍କର ବୟସ ୯୫ ବର୍ଷରୁ ଅଧିକ ହେଉ।

ଅଧ୍ୟକ୍ଷଙ୍କ ଏହି  ମନ୍ତବ୍ୟ  ନେଇ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ କହିଥିଲେ ଯେ ନା, ମୁଁ ଆଉ ଏଭଳି ପରିବେଶରେ ବଞ୍ଚିବାକୁ ଚାହୁଁ ନାହିଁ। ସେ କହିଥିଲେ ଘନଶ୍ୟାମ ତିୱାରୀ କହିଛନ୍ତି- ଖଡ୍‌ଗେ ଜୀଙ୍କର ନାମ ମଲ୍ଲିକାର୍ଜୁନ। ମଲ୍ଲିକାର୍ଜୁନ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ରାଜନୀତି ସେମାନଙ୍କ ପାଇଁ ବଂଶବାଦ ଅଟେ । ମଲ୍ଲିକାର୍ଜୁନ କହିଛନ୍ତି ତାଙ୍କ ସହ କ’ଣ ଅସୁବିଧା ଅଛି ଯେ ସେ ମୋ ବଂଶବାଦ ଆଧାରରେ ମୋ ବିଷୟରେ ମନ୍ତବ୍ୟ ଦେଇଛନ୍ତି।

ଘନଶ୍ୟାମ ତିୱାରୀଙ୍କ ଏହି ମନ୍ତବ୍ୟକୁ ପ୍ରକ୍ରିୟାରୁ ହଟାଇବାକୁ ମଲ୍ଲିକାର୍ଜୁନ ଦାବି କରିଥିଲେ। ଏହା ଉପରେ ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯଦି ମଲ୍ଲିକାର୍ଜୁନ ଜୀଙ୍କୁ କିଛି କ୍ଷତି ପହଞ୍ଚାଏ ତେବେ ଏହା ପ୍ରକ୍ରିୟାରେ ରହିବ ନାହିଁ।

ଅଧ୍ୟକ୍ଷ କହିଥିଲେ ମଲ୍ଲିକାର୍ଜୁନ ଦୀର୍ଘ ୬ ଦଶନ୍ଧି ଧରି ସାର୍ବଜନୀକ ଜୀବନରେ ଅଛନ୍ତି। ଏହି ମନ୍ତବ୍ୟ ଦିଆଯିବା ପରେ ମୁଁ ଚେୟାରରେ ଥିଲି। ଘନଶ୍ୟାମ ତିୱାରୀଙ୍କର ମଧ୍ୟ ଏକ ଦୀର୍ଘ ସାର୍ବଜନୀକ ଜୀବନ ଅଛି, ସେ ଚାରି ଦଶନ୍ଧି ଧରି ସଂସଦୀୟ ଜୀବନରେ ରହିଆସିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଏହା ଏକ ଗୁରୁତର ବିଷୟ। ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ କହିଥିଲେ ସେ ଗମ୍ଭୀରତାର ସହ ଏହି ପ୍ରସଙ୍ଗକୁ ଦେଖିବେ।