ପ୍ରତିଦିନ ମୁଁ ଗୋମୂତ୍ର ପିଉଥିବାରୁ ମୋତେ କରୋନା ହୋଇନାହିଁ: ବିଜେପି ସାଂସଦ ପ୍ରଜ୍ଞା ଠାକୁର

ଭୋପାଳ: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେପି ସାଂସଦ ପ୍ରଜ୍ଞା ଠାକୁର | ମୁଁ ପ୍ରତିଦିନ ଗୋମୂତ୍ର ପିଉଥିବାରୁ ମୋତେ କରୋନା ହୋଇନାହିଁ ବୋଲି କହିଛନ୍ତି ପ୍ରଜ୍ଞା ଠାକୁର | ତାଙ୍କ କହିବା ମୁତାବକ, ଯଦି ଆମେ ପ୍ରତିଦିନ ଦେଶୀ ଗୋମୂତ୍ର ପିଇବା, ତେବେ ଏହା କୋଭିଡ କାରଣରୁ ହେଉଥିବା ଫୁସଫୁସ ସଂକ୍ରମଣକୁ ଭଲ କରିବ | ମୁଁ ପ୍ରତିଦିନ ଗୋମୂତ୍ର ପିଉଥିବାରୁ ବର୍ତ୍ତମାନ ମୋତେ କରୋନା ପାଇଁ କୌଣସି ଔଷଧ ଖାଇବାକୁ ପଡୁ ନାହିଁ ଏବଂ ମୋତେ କରୋନା ହୋଇ ନାହିଁ |

ଏହା ପ୍ରଥମ ନୁହେଁ ୨୦୧୯ରେ ଗୋମୂତ୍ର ପିଇ ସେ ନିଜ ସ୍ତନ କର୍କଟ ରୋଗକୁ ଭଲ କରିଥିବା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | କିନ୍ତୁ ପରେ ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଥିବା ଡ଼ାକ୍ତର ତାଙ୍କ ଦାବିକୁ ମିଛ ବୋଲି କହିବା ସହ ଗୋମୂତ୍ର ନୁହେଁ ବରଂ ସର୍ଜରୀ ଦ୍ୱାରା ତାଙ୍କର କର୍କଟ ରୋଗ ଭଲ ହୋଇଥିଲା ବୋଲି କହିଥିଲେ। ରାମ ମନୋହର ଲୋହିଆ ଇନ୍‌ଷ୍ଟିଚ୍ୟୁଟ୍‌ର ସର୍ଜନ ଡ଼ାକ୍ତର ଏସ୍‌ଏସ୍‌ ରାଜପୁତ୍‌ ଏହି ଦାବି କରିଥିଲେ ।

Meet Pragya Thakur: Sanyasin at 14, Terror Suspect, Cancer Fighter & Now, BJP's Pick Against Digvijaya
News18

‘ଦ ହିନ୍ଦୁ’କୁ ସାକ୍ଷତକାର ଦେଇ ସର୍ଜନ ଡ଼ାକ୍ତର ଏସ୍‌ଏସ୍‌ ରାଜପୁତ୍‌ କହିଥିଲେ ଯେ, “ମୁଁ ୩ଥର ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଛି । ତାଙ୍କୁ ଷ୍ଟେଜ୍‌-୧ ସ୍ତନ କର୍କଟ ରୋଗ ହୋଇଥିବା ବେଳେ ସେ ନିଜର ଚିକିତ୍ସା ଆରମ୍ଭ କରିଥିଲେ । ୨୦୦୮ରେ ମୁଁ ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଇଥିଲି। ଏହା ପରେ ଭୋପାଳରେ ତାଙ୍କର ଦ୍ୱିତୀୟ ସର୍ଜରୀ କରାଯାଇଥିଲା । ୨୦୧୭ରେ ରାମ ମନୋହର ଲୋହିଆ ଡ଼ାକ୍ତରଖାନାରେ ତାଙ୍କର ତୃତୀୟ ସର୍ଜରୀ କରାଯାଇଥିଲା । ତୃତୀୟ ସର୍ଜରୀ ପରେ ତାଙ୍କ କର୍କଟ ରୋଗ ସଂପୂର୍ଣ୍ଣ ଭଲ ହୋଇ ଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା |

ସମ୍ବନ୍ଧିତ ଖବର