ବ୍ରେକଅପ୍‌ ପରେ ପ୍ରେମିକଙ୍କ ମର୍ସିଡିଜ୍‌କୁ ପାଣିରେ ବୁଡାଇଲେ ମଡେଲ୍‌, ଏବେ ବି ପ୍ରେମିକାଙ୍କୁ ବିବାହ କରିବାକୁ ଆଗ୍ରହୀ ବ୍ୟବସାୟୀ ପ୍ରେମିକ!

ମସ୍କୋ: ସଂପର୍କରେ ଥିବା ବେଳେ ଯେତିକି ଭଲ ଘଟଣା ଦେଖିବାକୁ ମିଳେ ସଂପର୍କ ଭାଙ୍ଗି ଗଲା ପରେ ତା’ଠାରୁ ବେଶି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ସାମ୍ନାକୁ ଆସିଥାଏ। ଯାହାକି କଳ୍ପନା ବାହାରେ। ବ୍ରେକ୍‌ଅପ୍‌ ପରେ ପ୍ରେମିକ-ପ୍ରେମିକାଙ୍କ ଭିତରେ ଗୁଡ଼ାଏ ଏପରି ଘଟଣା ଦେଖିବାକୁ ମିଳିଥାଏ, ଯାହା ଆଶ୍ଚର୍ଯ୍ୟଜନକ ଏବଂ କୌତୂହଳପୂର୍ଣ୍ଣ। ୨୪ ବର୍ଷୀୟା ରୁଷୀୟା ମଡେଲ୍‌ କ୍ରିଷ୍ଟିନା କୁଞ୍ଚମାଙ୍କର ନିଜ ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସେ ଏପରି କିଛି କରି ଏବେ ବେଶ୍‌ ଚର୍ଚ୍ଚାରେ। ଜାଣିବାକୁ ମିଳିଛି ଯେ ବ୍ରେକ୍‌ଅପ୍‌ ପରେ ମଡେଲ୍‌ କ୍ରିଷ୍ଟନା ତାଙ୍କ ପ୍ରେମିକଙ୍କ ପ୍ରତିଶୋଧ ନେବାକୁ ଯାଇ ପ୍ରେମିକଙ୍କ ଦାମୀ ମର୍ସିଡିଜ୍‌ କାର୍‌କୁ ପାଣି ଭିତରେ ବୁଡ଼ାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କ୍ରିଷ୍ଟିନାଙ୍କ ପ୍ରେମିକ ହେଉଛନ୍ତିି ୪୧ ବର୍ଷିଅ କୋଟିପତି ବ୍ୟବସାୟୀ ଜେଣ୍ଟେଲୋ।

 

ଏ ସଂପର୍କରେ ପ୍ରେମିକ ଜେଣ୍ଟେଲୋଙ୍କ କହିବା ଅନୁଯାୟୀ ପ୍ରେମିକା କ୍ରିଷ୍ଟିନା ନିଜର ଏବ ବ୍ୟବସାୟ କରିବା ପାଇଁ ତାଙ୍କୁ ୫୦,୦୦୦ ଡଲାର ମାଗିଲେ। ଜେଣ୍ଟେଲୋ ଦେବାକୁ ମନା କରିବାରୁ କ୍ରୋଧରେ ଜର୍ଜରିତ ହୋଇ ଉଠିଥିଲେ ପ୍ରେମିକା କ୍ରିଷ୍ଟିନା। ଏ ସଂପର୍କରେ ଅଧିକ ସୂଚନା ଦେଇ ଜେଣ୍ଟିଲୋ କହିଛନ୍ତି, ‘ସେଦିନ ସଂଧ୍ୟାରେ ଆମେ ଏକ ରେଷ୍ଟୁରାଣ୍ଟ୍‌କୁ ଯାଇଥିଲୁ। ସେଠାରେ କ୍ରିଷ୍ଟିନା ମୋତେ ଆର୍ଥିକ ସହାୟତା ପାଇଁ କହିଥିଲେ। ମୁଁ ଅରାଜି ହେବାରୁ ସେ ସମସ୍ତଙ୍କ ସାମ୍ନାରେ ମୋ ମୁହଁକୁ ଗରମ ଚା’ ଫୋପାଡ଼ିଥିଲେ। ମୁଁ ଅସମ୍ମାନିତ ହୋଇ ଘରକୁ ଫେରିଥିଲି। ସେଇଠି ଆମ ଦେଢ଼ ବର୍ଷର ପ୍ରେମ ସଂପର୍କ ଶେଷ ହୋଇ ଯାଇଥିଲା।’

ଏ ସଂପର୍କରେ ମଡେଲ୍‌ କ୍ରିଷ୍ଟିନା କହିଛନ୍ତି ଯେ ସଂପର୍କ ଆରମ୍ଭ ହେବା ସମୟରୁ ଜେଣ୍ଟିଲୋ ତାଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେ ଆର୍ଥିକ ସହାୟତା ଆବଶ୍ୟକ କରିବାରୁ ଜେଣ୍ଟିଲୋ ତାଙ୍କ ସହ ସଂପର୍କ କ୍ଷୁର୍ଣ୍ଣ କରିଥିଲେ। ଫଳରେ ଉତ୍ୟକ୍ତ କ୍ରିଷ୍ଟିନା, ଜେଣ୍ଟିଲୋଙ୍କ କାର୍‌କୁ ଦୀର୍ଘ ୪ ଘଣ୍ଟା ଧରି ପାଣିରେ ବୁଡ଼ାଇ ରଖିବା ପରେ ଉଦ୍ଧାରକାରୀ ଦଳ କାର୍‌ଟିକୁ ପାଣିରୁ କାଢ଼ିବାରେ ସମର୍ଥ ହୋଇଥିଲେ। କ୍ରିଷ୍ଟିନା ଏହି କାର୍‌ଟିକୁ ପାଣିରେ ବୁଡ଼ାଇ ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ। ଫଳରେ ସେ ଯେପରି ସମସ୍ତଙ୍କ ସମ୍ମୁଖରେ କହିବାକୁ ସମର୍ଥ ହେବେ ଯେ କିପରି ଭାବେ ଟଙ୍କା ସେ ଦୁହିଁଙ୍କ ସଂପର୍କ ମଝିରେ ଆସି ଯାଇଥିଲା।

୨୪ ବର୍ଷୀୟା ରୁଷୀୟା ମଡେଲ୍‌ କ୍ରିଷ୍ଟିନା କୁଞ୍ଚମାଙ୍କର ନିଜ ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସେ ଏପରି କିଛି କରି ଏବେ ବେଶ୍‌ ଚର୍ଚ୍ଚାରେ। ଜାଣିବାକୁ ମିଳିଛି ଯେ ବ୍ରେକ୍‌ଅପ୍‌ ପରେ ମଡେଲ୍‌ କ୍ରିଷ୍ଟନା ତାଙ୍କ ପ୍ରେମିକଙ୍କ ପ୍ରତିଶୋଧ ନେବାକୁ ଯାଇ ପ୍ରେମିକଙ୍କ ଦାମୀ ମର୍ସିଡିଜ୍‌ କାର୍‌କୁ ପାଣି ଭିତରେ ବୁଡ଼ାଇ ଦେଇଛନ୍ତି।

ଏତେ ସବୁ ପରେ ବି ପ୍ରେମିକ ଜେଣ୍ଟିଲୋ କହିଛନ୍ତି, ‘ ଏତେ ଟଙ୍କାର କାର୍‌ ପାଣି ଭିତରେ ବୁଡ଼ି ରହିଥିଲା ବୋଲି ନୁହେଁ ସେ କାର୍‌ ଭିତରେ କ୍ରିଷ୍ଟିନା ଥିଲେ ବୋଲି ଭାବି ମୋ ଛାତି ଥରିବାକୁ ଲାଗିଥିଲା। ମୁଁ କ୍ରିଷ୍ଟିନାଙ୍କୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ପାଇଲି ଯେ ସେ ସେହି କାର୍‌ ଭିତରେ ନ ଥିଲେ। ସେତେବେଳେ ମୁଁ ଆଶ୍ୱସ୍ତି ଅନୁଭବ କରିଲି। ମୁଁ ବାସ୍ତବରେ ତାଙ୍କୁ ଅନେକ ଭଲପାଏ। ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହେଁ। ମାତ୍ର ତାଙ୍କର ଏପରି ବ୍ୟବହାର ମୋତେ ସାମାନ୍ୟ ଦୁଃଖତ କରିଛି। ମୁଁ ଏବେ ବି ତାଙ୍କୁ ବିବାହ କରିବାକୁ ଚାହେଁ କିନ୍ତୁ ସେ ନିଜକୁ ମୋଠାରୁ ଦୂରେଇ ନେଇ ଯାଇଛନ୍ତି।’

 

ସମ୍ବନ୍ଧିତ ଖବର