ନୂଆଦିଲ୍ଲୀ: ବିଭିନ୍ନ ବର୍ଗରେ ଜାତୀୟ ପୁରସ୍କାର ପ୍ରାପ୍ତ ପିଲାମାନଙ୍କ କୃତିତ୍ୱକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି କହିଛନ୍ତି ଯେ ସେ ସେମାନଙ୍କ ଠାରୁ ପ୍ରେରଣା ଓ ଶକ୍ତି ପାଆନ୍ତି।
‘ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର’ ବିଜୟୀ ପିଲାମାନଙ୍କ ସହ ନିଜ ବାସଭବନରେ କଥାବାର୍ତ୍ତା କରି ମୋଦୀ କହିଲେ ଯେ ସମାଜ ଏବଂ ଦେଶ ଲାଗି ସେମାନଙ୍କ କର୍ତ୍ତବ୍ୟ ସଚେତନତା ବିଷୟରେ ଜାଣି ସେ ଗର୍ବିତ।
ସେ କହିଲେ: କିଛି କ୍ଷଣ ପୂର୍ବରୁ ତୁମ୍ଭମାନଙ୍କ ସହ ପରିଚିତ ହେବା ସମୟରେ ମୁଁ ବାସ୍ତବିକ ଆଚମ୍ବିତ ହୋଇଯାଇଥିଲି। ବିଭିନ୍ନ କ୍ଷେତ୍ରରେ ତୁମେ ସବୁ ଯେମିତି ଉଦ୍ୟମ କରିଛ, ଏତେ କମ୍ ବୟସରେ ଯେଉଁ କାମ କରିଛ... ତାହା ଆଶ୍ଚର୍ଯ୍ୟଜନକ।
/sambad/media/post_attachments/wp-content/uploads/2020/01/pmm-3-300x200.jpg)
ସେ ଆହୁରି କହିଛନ୍ତି: ତରୁଣ ସାଥୀଗଣ, ତୁମମାନଙ୍କର ଏପରି ସାହସିକ କାର୍ଯ୍ୟ ବିଷୟରେ ଶୁଣି, ତୁମମାନଙ୍କ ସହ କଥାବାର୍ତ୍ତା କରି, ମୁଁ ମଧ୍ୟ ପ୍ରେରଣା ଓ ଶକ୍ତି ପାଏ।
ଔଷଧ ଭଳି ନୁହେଁ, ପାନୀୟଜଳକୁ ରସ ପରି ପିଅ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି। ଶାରୀରିକ ଭାବେ ସକ୍ରିୟ ରହିବାକୁ ମଧ୍ୟ ସେ ସେମାନଙ୍କୁ ଉପଦେଶ ଦେଇଛନ୍ତି।
ଉଦ୍ଭାବନ, ସାମାଜିକ ସେବା, ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ଅବଦାନ ନିମନ୍ତେ ପାଞ୍ଚରୁ ଅଠର ବର୍ଷ ବୟସ ବର୍ଗର ପିଲାମାନଙ୍କୁ ‘ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର’ ଦିଆଯାଇଥାଏ। ପୁରସ୍କାର ବାବଦରେ ନଗଦ ୧ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ଓ ପ୍ରଶସ୍ତିପତ୍ର ମିଳିଥାଏ।