ମୁଖ୍ୟମନ୍ତ୍ରୀ ହେବାକୁ ମୋର କୌଣସି ଇଚ୍ଛା ନ ଥିଲା: ନୀତୀଶ କୁମାର

ପାଟନା: ମୁଖ୍ୟମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନଥିଲା, ବିଜେପି ନିଜ ନେତା ବାଛୁ  ବୋଲି ମୁଁ କହିଥିଲି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର କୌଣସି ଇଚ୍ଛା ନ ଥିଲା।  ଜନସାଧାରଣ ନିଜର ପସନ୍ଦ ଜଣାଇ ଦେଇଛନ୍ତି ଏବଂ ଯେ କେହି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବ। ବିଜେପି ନିଜର କୌଣସି ନେତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରିବେ ବୋଲି ସେ ମେଣ୍ଟ ସହଯୋଗୀମାନଙ୍କୁ ଜଣାଇ ଦେଇଥିଲେ।  ନିର୍ବାଚନ ଫଳାଫଳ ବାହାରିବା ପରେ ଏହି ଇଚ୍ଛା ମେଣ୍ଟକୁ ଜଣାଇଥିଲେ ମଧ୍ୟ ଚାପ ଏତେ ଥିଲା ଯେ ମୋତେ ପୁନର୍ବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ପଡିଲା। ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ନୂତନ ସଭାପତି ଭାବରେ ଆରସିପି ସିଂଙ୍କୁ  ନିଯୁକ୍ତ କରିବା ପରେ ଏଭଳି ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

Nitish Kumar: I had no desire to become Bihar CM, had to take up CM chair due to immense pressure | english.lokmat.com
Lokmat English

ତାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏବଂ ବିଜେପି ନେତା ସୁଶୀଲ କୁମାର ମୋଦୀ ଆଜି କହିଛନ୍ତି ଯେ, ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ। ବିଜେପି ଏବଂ ଜେଡି (ୟୁ) ନେତାମାନେ ତାଙ୍କୁ କହିଥିଲେ ଯେ, ଆମେ ଆପଣଙ୍କ ନାମ, ଆପଣଙ୍କ ଦୃଷ୍ଟିକୋଣକୁ ନେଇ ନିର୍ବାଚନ ଲଢ଼ିଥିଲୁ ଏବଂ ଲୋକମାନେ ଆପଣଙ୍କୁ ଭୋଟ୍ ଦେଇଛନ୍ତି। ଆପଣ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ଦରକାର। ଏହା ପରେ ଶେଷରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର