କୋଲକାତା: କୋଲକାତା ଆଇନ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରର  ଆଇନଜୀବୀ କହିଛନ୍ତି,  ଅଭିଯୁକ୍ତର ଶରୀରରେ ଖଣ୍ଡିଆ ଚିହ୍ନ ସହ ଲଭ୍‌ ବାଇଟ୍‌ସ (ଚୁମ୍ବନ ଚିହ୍ନ) ମଧ୍ୟ ରହିଛି।  ଯଦି ଏହା ଦୁଷ୍କର୍ମ ହୋଇଥାନ୍ତା ତେବେ ଅଭିଯୁକ୍ତଙ୍କ ବେକରେ ଲଭ୍‌ ବାଇଟ୍‌ସ ନଥାନ୍ତା ବୋଲି ଆଇନଜୀବୀ ରାଜୁ ଗାଙ୍ଗୁଲି ଦାବି କରିଛନ୍ତି। ସେ   କହିଛନ୍ତି, ଅଭିଯୋଗକାରୀଙ୍କ ପକ୍ଷରୁ  କେବଳ ପ୍ରମୁଖ ଅଭିଯୁକ୍ତଙ୍କ ଶରୀରରେ ଥିବା  ଖଣ୍ଡିଆ ଚିହ୍ନ ସଂକ୍ରାନ୍ତରେ କୁହାଯାଇଛି। କିନ୍ତୁ ଅଭିଯୁକ୍ତଙ୍କ ବେକରେ ଥିବା ଲଭ୍‌ ବାଇଟ୍‌ସ ସଂକ୍ରାନ୍ତରେ ସେମାନେ କହିଛନ୍ତି କି ?  ଉଲ୍ଲେଖଯୋଗ୍ୟ, ମନୋଜିତର ମେଡିକାଲ ପରୀକ୍ଷାରୁ ତା’ର ଶରୀରରେ ଆଘାତ ଚିହ୍ନ ଥିବା ଜଣାପଡ଼ିଥିଲା।   ପୀଡ଼ିତା ପ୍ରତିରୋଧ କରିବା ସମୟରେ ମନୋଜିତର ଶରୀରରେ ଆଘାତ ଲାଗିଥିଲା।

Advertisment

ଏହି ପ୍ରସଙ୍ଗରେ ଗଣମାଧ୍ୟମ‌ରେ ଟିପ୍ପଣୀ ରଖି ମନୋଜିତର  ଓକିଲ  ଯୁକ୍ତି କରିଛନ୍ତି ଯେ ତାଙ୍କ ମହକିଲଙ୍କୁ ଫସାଇବାପାଇଁ ଷଡ୍‌ଯନ୍ତ୍ର କରାଯାଉଛି।  ପୀଡ଼ିତାଙ୍କ ମୋବାଇଲ ଫୋନ୍‌ ସିଜ୍‌  କିମ୍ବା ତାଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଇଥିଲା କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।  ସେହିପରି ପୀଡ଼ିତା ବିଳମ୍ବରେ ଏତଲା ରୁଜୁ କରିଥିବାରୁ ଏନେଇ ମଧ୍ୟ  ଅଭିଯୁକ୍ତଙ୍କ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି।  ସେ କହିଛନ୍ତି, ରାତି ୧୦.୩୦ରେ ଘଟଣା ଘଟିଲା କିନ୍ତୁ ପରଦିନ ଅପରାହ୍ଣ ୪.୪୫ରେ କାହିଁକି ଅଭିଯୋଗ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ହି ମାମଲାକୁ ଏବେ ଭିନ୍ନ ମୋଡ଼ ଦେବାପାଇଁ ପ୍ରୟାସ ଚାଲିଛି ବୋଲି ବିଭିନ୍ନ ମହଲ ଅଭିଯୋଗ କରିଛନ୍ତି।

କୋଲକାତା ଆଇନ ଛାତ୍ରୀ ଗଣଦୁଷ୍କର୍ମ ମାମଲା

ପୁଣି ଜଣେ ଛାତ୍ରୀଙ୍କ ଅଭିଯୋଗ
ଯୌନ ଉତ୍ପୀଡ଼ନ ଦେଇଥିଲା ଅଭିଯୁକ୍ତ

କୋଲକାତା: ସାଉଥ୍‌ କୋଲକାତା ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ବିରୋଧରେ ଅନ୍ୟ ଜଣେ ଛାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମନୋଜିତ ତାଙ୍କୁ ୨୦୨୩ ଅକ୍ଟୋବରରେ ଯୌନ ନିର୍ଯାତନା ଦେଇଥିଲା। କଲେଜରେଏକ ଉତ୍ସବ ଚାଲିଥିବା ବେଳେ ବାପାଙ୍କ ଫୋନ୍‌ ଆସିବାରୁ ସେ  କଥା ହେବାପାଇଁ ଏକ ରୁମ୍‌କୁ ପଶିଥିଲେ। କିନ୍ତୁ ସଙ୍ଗେସଙ୍ଗେ ମନୋଜିତ ସେହି ରୁମ୍‌ରେ ପଶି କବାଟ ବନ୍ଦ କରିଥିଲା ଓ ତାଙ୍କୁ ବଳପୂର୍ବକ  ବାଲ୍‌କୋନି ଆଡ଼କୁ ଟାଣିନେଇଥିଲା। ଛାତ୍ରୀ ଜଣଙ୍କ ତାଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା  ମନୋଜିତ ତାଙ୍କ ଡ୍ରେସ୍‌ ଖୋଲିବା ପାଇଁ ଚେଷ୍ଟା କରିଥିଲା।  ସୌଭାଗ୍ୟବଶତଃ ଅନ୍ୟ ଜଣେ ଛାତ୍ରୀ ଆସି କବାଟ ବାଡ଼େଇବାରୁ ମନୋଜିତ ତୁରନ୍ତ ସେଠାରୁ ପଳାଇଥି‌ଲା। ଉଲ୍ଲେଖଯୋଗ୍ୟ, ଗତକାଲି ମନୋଜିତ  ବିରୋଧରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଅଭିଯୋଗ ଆଣିଥିବାରୁ ତାର ଆପରଧିକ କାର୍ଯ୍ୟର ଲମ୍ବା ତାଲିକା ରହିଥିବା କୁହାଯାଉଛି।