ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଦିନ ଦଳରେ ନୂତନ ଭାବେ ଯୋଗ ଦେଇଥିବା କଂଗ୍ରେସ ନେତା ଭିନେଶ ଫୋଗାଟ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। କୁସ୍ତିଯୋଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସରେ ଖାଲି ହାତରେ ଫେରିଥିଲେ। ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଜୁଲାନା ଆସନ ପାଇଁ ଦଳର ପ୍ରାର୍ଥୀ ହୋଇଥିଲେ ।

Advertisment

ଭିନେଶ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଁ ଆପଣଙ୍କଠାରୁ ପାଇଥିବା ପ୍ରେମ ଏବଂ ସମ୍ମାନ ଯୋଗୁ ମୋ ଯନ୍ତ୍ରଣାକୁ ଭୁଲି ଯାଇଛି। ତେଣୁ, ଯଦି ମୁଁ ଆପଣଙ୍କର ଦୁଃଖକୁ ହ୍ରାସ କରିବାକୁ ସକ୍ଷମ ହେବି ତେବେ ଏହା ଆପଣମାନଙ୍କ ପ୍ରତି ମୋର ଉପଯୁକ୍ତ କୃତଜ୍ଞତା ହେବ। ଜିନ୍ଦ୍ ଦେଶ ପାଇଁ ଐତିହାସିକ ପାଲଟିଛି। ଏଠାକାର ଲୋକମାନେ ବହୁତ ସାହସୀ। 

ରବିବାର ଦିନ ନିର୍ବାଚନ ପ୍ରଚାର ଆରମ୍ଭ କରିବାବେଳେ ଭିନେଶ ଏହା ମଧ୍ୟ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଅଞ୍ଚଳରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି। ଜୁଲାନାରେ ପହଞ୍ଚିବା ପରେ ତାଙ୍କୁ ତାଙ୍କୁ ଫୁଲମାଳ ସହିତ ସ୍ବାଗତ କରାଯାଇଥିଲା।  ବୃଦ୍ଧ, ମହିଳା ଏବଂ ବିଭିନ୍ନ 'ଖାପ୍'ର ସଦସ୍ୟମାନେ ତାଙ୍କୁ ଆଶୀର୍ବାଦ ଦେଇଥିଲେ।

ମୁଁ ଭଲ ଅନୁଭବ କରୁଛି, ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ମ‌ତେ ଦିଆଯାଇଥିବା ଦାୟିତ୍ ଆଧାରରେ କଂଗ୍ରେସ ଦଳ  ପ୍ରାର୍ଥୀ ଭାବେ ମତେ ଏଠାକୁ ପଠାଇଛି। ତେଣୁ ଲୋକମାନେ ଦଳପ୍ରତି ପ୍ରେମ ଏବଂ ସମର୍ଥନ ପ୍ରଦର୍ଶନ କରୁଛନ୍ତି। ଆମ ଲୋକମାନେ ମୋତେ ଜିତାଇବେ। କାରଣ ମୁଁ ସେମାନଙ୍କ ଆଖିରେ ବିଜେତା। ତେଣୁ ଏହାଠାରୁ ବଡ଼ କିଛି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଶନିବାର ଭିନେଶ ହରିୟାଣା ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କୁ ଭେଟି କହିଥିଲେ ଯେ ତାଙ୍କର ନୂତନ ଯାତ୍ରା କେବଳ ରାଜନୀତି ନୁହେଁ ବରଂ ଏକ ନୂତନ ପ୍ଲାଟଫର୍ମରେ ସେବା ଏବଂ ନ୍ୟାୟ ପାଇଁ ଲଢ଼େଇ।

ଅଧିକ ପଢ଼ନ୍ତୁ:ରୁଷିଆ-ୟୁକ୍ରେନ ଯୁଦ୍ଧ ରୋକିବାକୁ ଭାରତର ପ୍ରୟାସ: ଅଜିତ ଡୋଭାଲ ଶାନ୍ତି ଦୂତ !

ସୂଚନାଯୋଗ୍ୟ, ହରିୟାଣାରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଭୋଟ୍ ଅକ୍ଟୋବର ୫ରେ ଅନୁଷ୍ଠିତ ହେବ ଏବଂ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୨। ଭୋଟ୍ ଗଣତି ଅକ୍ଟୋବର ୮ରେ  ହେବ।

ଅଧିକ ପଢ଼ନ୍ତୁ:ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଅନୁରୋଧ କରିବ ବାଂଲାଦେଶ ବାଂଲାଦେଶରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି)ର ନବନିଯୁକ୍ତ ମୁଖ୍ୟତାଜୁ