କମଳା ହ୍ୟାରିସଙ୍କଠାରୁ ମୋର ଅଧିକ ଭାରତୀୟ ସମର୍ଥକ ଅଛନ୍ତି : ଟ୍ରମ୍ପ

ନ୍ୟୁୟର୍କ : ଆମେରିକା ନିର୍ବାଚନରେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀନୀ କମଳା ହ୍ୟାରିସଙ୍କୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ କମଳା ହ୍ୟାରିସଙ୍କଠାରୁ ତାଙ୍କର ଅଧିକ ଭାରତୀୟ ସମର୍ଥକ ଅଛନ୍ତି ।

ନ୍ୟୁୟର୍କ ସିଟି ଲ ଏନଫୋର୍ସମେଣ୍ଟ ୟୁନିୟନର ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ବାଇଡେନ ରାଷ୍ଟ୍ରପତି ନିର୍ବାଚିତ ହେଲେ ତାହା ଆମେରିକା ପାଇଁ ଶୁଭଙ୍କର ହେବ ନାହିଁ । ସେ ରାଷ୍ଟ୍ରପତି ହେଲେ ଆମେରିକାର ପୁଲିସ ବିଭାଗକୁ ନଷ୍ଟ କରିଦେବେ । କମଳା ହ୍ୟାରିସ ତାଙ୍କଠାରୁ ଆଉ ଏକ ପାଦ ଆଗୁଆ । ସେ ଭାରତୀୟ ବଂଶୋଦ୍ଭବ, କିନ୍ତୁ ମନେରଖନ୍ତୁ କମଳାଙ୍କ ତୁଳନାରେ ତାଙ୍କର ଅଧିକ ଭାରତୀୟ ସମର୍ଥକ ଅଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୌଣସି ପ୍ରମୁଖ ଦଳର ରାଷ୍ଟ୍ରପତୀୟ ଟିକେଟ୍ ପାଇବାରେ କାଲିଫର୍ଣ୍ଣିଆର ଓକ୍ଲାଣ୍ଡ୍ରେ ଜନ୍ମିତା କମଳା ହ୍ୟାରିସ୍ ହେଉଛନ୍ତି ପ୍ରଥମ କୃଷ୍ଣକାୟ ଓ ଭାରତୀୟ ଆମେରିକୀୟ। କମଳାଙ୍କ ମାଆ ହେଉଛନ୍ତି ଚେନ୍ନାଇର ଶ୍ୟାମଳା ଗୋପାଳନ ହ୍ୟାରିସ୍। ସେ କର୍କଟ ସ୍ତନ ରୋଗ ଗବେଷିକା ଥିଲେ ଓ ୨୦୦୯ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। କମଳାଙ୍କ ବାପା ଜାମାଇକା ଅଧିବାସୀ ଡୋନାଲଡ୍ ହ୍ୟାରିସ୍ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରନ୍ତି। କମଳାଙ୍କ ସାନ ଭଉଣୀ ଖୁବ୍ ଛୋଟ ଥିବା ବଳେ ତାଙ୍କ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର