ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ବର୍ଷ ଭିତରେ ପାଇଥିବା ଅନେକ ଉପହାର ଏବଂ ସ୍ମୃତିଫଳକର ନିଲାମ କରାଯିବ। ଏହାମଧ୍ୟରେ ଅଲିମ୍ପିଆନମାନଙ୍କ ଦ୍ୱାରା ପ୍ରଦତ୍ତ ଉପହାର ବି ରହିଛି।

Advertisment

ଏଥିରେ ଭାଗ ନେବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି ଏବଂ ନିଲାମଲବ୍ଧ ଅର୍ଥ 'ନାମାମି ଗଙ୍ଗେ' ଯୋଜନାକୁ ଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଟଇଟ୍ କରି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସାକ୍ଷାତ ସମୟରେ ପିନ୍ଧିଥିବା ସୁଟ୍ ନିଲାମ ହୋଇଥିଲା। ନିଲାମୀର ଶେଷ ଦିନରେ ସୁରାଟର ବିଶିଷ୍ଟ ହୀରା ବ୍ୟବସାୟୀ ଲାଲଜାଇଭାଇ ପଟେଲ ୨୦୧୫ ମସିହାରେ ୪.୩୧ କୋଟି ଟଙ୍କା ଦେଇ ଏହାକୁ କିଣିଥିଲେ।