ନୂଆଦିଲ୍ଲୀ : ରବିବାର ସକାଳ ୮ ଟା ୧୦ରେ ଯେତେବେଳେ ଦିଲ୍ଲୀର ହର୍ଷ ବିହାର ପୁଲିସ ଷ୍ଟେସନର ଫୋନ ବାଜିଲା, ଫୋନ ଉଠାଇଥିବା ପୁଲିସ କର୍ମୀ କଳ୍ପନା ମଧ୍ୟ କରିପାରିନଥିଲେ ଯେ ଅପରପକ୍ଷରେ ଜଣେ ହତ୍ୟାକାରୀ ନିଜେ କରିଥିବା ହତ୍ୟା କଥା କହିବ ବୋଲି । କିନ୍ତୁ ତାହା ହୋଇଥିଲା- ଜଣେ ବ୍ୟକ୍ତି କହିଲେ ଯେ, ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି ।

Advertisment

ଏହି ଫୋନ ମିଳିବା ପରେ ପୁଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଫୋନ କରିଥିବା ବ୍ୟକ୍ତିର କଥା ସତ ବୋଲି ଜାଣିପାରିଥିଲା । ପୁଲିସ ପହଞ୍ଚି ଚଟାଣରେ ଜଣେ ମହିଳା ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲା ।

ପୁଲିସକୁ ଫୋନ କରିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଯୋଗେଶ କୁମାର ଓ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ ।  ଦିଲ୍ଲୀର ସୁଶୀଲା ଗାର୍ଡେନରେ ଥିବା ତାଙ୍କ ଘରେ ପୋଲିସ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କୁ ଚଟାଣରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲା।ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏହା ପରେ ଦିଲ୍ଲୀ ପୁଲିସ ତୁରନ୍ତ ୩୫ ବର୍ଷୀୟ ଯୋଗେଶ କୁମାରକୁ ଗିରଫ କରିଥିଲା ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଯୋଗେଶଙ୍କ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲା  ଏବଂ ଅର୍ଚ୍ଚନା ବିଭିନ୍ନ ଉତ୍ସରୁ ଏକ ବଡ଼ ରାଶି କରଜ କରିଥିଲେ । ଏହାକୁ ନେଇ ସେଦିନ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଯୋଗେଶ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ।