ମସ୍କୋ:ଏକାଠି ଉଠାଇଥିବା ଗୋଟାଏ ଫଟୋ ରବିବାର ଦିନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରି ଆଲେକ୍ସି ନାଭାଲ୍ନିଙ୍କ ସ୍ତ୍ରୀ ୟୁଲିଆ ଲେଖିଛନ୍ତି: ଆଇ ଲଭ୍ ୟୁ।
ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରାଯାଇଥିବା ଉକ୍ତ ଫଟୋରେ ଦୁହେଁ ପିଲାମାନେ ପରିବେଶଣ କରୁଥିବା କୌଣସି ଏକ କର୍ଯ୍ୟକ୍ରମ ଦେଖିବା ବେଳେ ଉତ୍ତୋଳନ କରାଯାଇଥିଲା। ଫଟୋରେ ଦେଖା ଯାଉଛି, ଏକାଠି ବସିଥିବା ବେଳେ ଆଲେକ୍ସି ଓ ୟୁଲିଆଙ୍କ ମୁଣ୍ଡ ପରସ୍ପର ସହିତ ଲାଗି ଲାଗି ରହିଛି।
ମସ୍କୋର ଉତ୍ତରପୂର୍ବକୁ ପ୍ରାୟ ୧୯୦୦ କିଲୋମିଟର୍ ଦୂର ଖାର୍ପରେ ଥିବା ‘ପୋଲାର୍ ଉଲ୍ଫ୍’(ମେରୁ ଗଧିଆ) ନାମକ ‘ପେନାଲ୍ କଲୋନି’ ବା ଦଣ୍ଡ ଭୋଗିବା ନିମନ୍ତେ ଥିବା ଉପନିବେଶ ବା ଜେଲ୍ରେ ଶୁକ୍ରବାର ଦିନ ପୂର୍ବତନ ଓକିଲ ୪୭ ବର୍ଷିୟ ନାଭାଲ୍ନି ଚାଲି ଚାଲି ଆସିବା ପରେ ଅଚେତ ହୋଇ ପଡ଼ିଯାଇଥିଲେ। ସେଠାରେ ତାଙ୍କୁ ୩ ଦଶନ୍ଧି ପାଇଁ ସଜା ହୋଇଥିଲା ବୋଲି କାରାଗାର ସେବା କହିଛି।
Image Courtesy of NDTVସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍ନି ଥିଲେ ପୁଟିନଙ୍କ ତୀବ୍ର ସମାଲୋଚକ। ତେଣୁ, ତାଙ୍କର ଏଭଳି ମୃତ୍ୟୁ ନିମନ୍ତେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦାୟୀ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ। ବ୍ରିଟେନ୍ ମଧ୍ୟ କହିଛି କି, ରୁଷ୍ ଏହାର ପରିଣାମ ଭୋଗିବ।
ସେପଟେ, କ୍ରେମ୍ଲିନ୍ କହିଛି ଯେ, ପାଶ୍ଚାତ୍ୟ ଦେଶର ପ୍ରତିକ୍ରିୟା ଅସନ୍ତୋଷଜନକ ଏବଂ ସମ୍ପୂର୍ଣ୍ଣ ଏକତରଫା। କିନ୍ତୁ, ନାଭାଲ୍ନିଙ୍କ ମୃତ୍ୟୁ ସମ୍ବନ୍ଧରେ ରାଷ୍ଟ୍ରପତି ପୁଟିନ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/ay-1.jpg)