ଆଇସିୟୁରୁ ବାହାରିବା ପରେ ପ୍ରଥମେ ଏହି କାମ କରିଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: କିଛି ଦିନ ତଳେ କରୋନା ଭଳି ମହାମାରୀ ଭୂତାଣୁର ଶିକାର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ | ଏବେ ସେ ଆଇସିୟୁରୁ ବାହାରିବା ପରେ ପ୍ରଥମେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଂଶସା କରିଥିବା ଜଣାପଡିଛି  | ସେ କହିଛନ୍ତି, ବ୍ରିଟେନର ରାଷ୍ଟ୍ରାୟତ୍ତ ଜାତୀୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ସେ ତାଙ୍କ ଜୀବନ ଫେରି ପାଇଛନ୍ତି | ଆଇସିୟୁରୁ ବାହାରିବା ପରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପାଇଁ ସେ କହିଥିଲେ, ମୁଁ ସେମାନଙ୍କୁ ଯଥେଷ୍ଟ ଧନ୍ୟବାଦ ଦେଇ ପାରିବି ନାହିଁ | ସେମାନଙ୍କ ପାଇଁ ମୋ ଜୀବନ ଉତ୍ସର୍ଗୀକୃତ |

Boris Johnson chosen as new UK leader, now faces Brexit test
AP News

ସୂଚନା ମୁତାବକ, କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜ ବାସଭବନରେ ରହି କାମ କରୁଥିଲେ | କିନ୍ତୁ ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏପ୍ରିଲ ୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଏପ୍ରିଲ ୯ରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା | ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ସେ ଖୁବ ଶୀଘ୍ର ଭଲ ହୋଇଯାଇଥିବାରୁ ସେମାନଙ୍କୁ ନିଜ ଅନ୍ଦାଜରେ ଧନ୍ୟବାଦ ଜଣାଇଛନ୍ତି ବୋରିସ୍ ଜନସନ |

ସମ୍ବନ୍ଧିତ ଖବର