ବିଶାଖାପାଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଶାଖାପାଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ବୋଲି ଆନ୍ଧ୍ର ଗ୍ୟାସ୍ ଲିକ୍ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆଜି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶେଷ ଧ୍ୟାନ ଦିଆଯାଇଥିବା ବିଶାଖାପାଟଣା ପରିସ୍ଥିତି ସମ୍ବନ୍ଧରେ ଗୃହ ବ୍ୟାପାର ମନ୍ତ୍ରାଳୟ ଅଧିକାରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଛି। ବିଶାଖାପାଟଣାରେ ସମସ୍ତଙ୍କ ନିରାପତ୍ତା ଓ ସୁସ୍ଥତା ପାଇଁ ପ୍ରାଥର୍ନା କରୁଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟ ବିଶାଖାପାଟଣା ରାସାୟନିକ କାରଖାନାରେ ବାଷ୍ପ ଲିକ୍ ବିଷୟରେ ପଚାରି ବୁଝିଛନ୍ତି। ଲୋକମାନଙ୍କୁ ବଞ୍ଚାଇବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ସବୁ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ଅସୁସ୍ଥ ବ୍ୟକ୍ତିମାନେ ଚିକିତ୍ସାଧୀନ ଥିବା ବିଶାଖାପାଟଣା କିଙ୍ଗ୍ ଜର୍ଜ ହସ୍ପିଟାଲ୍ ପରିଦର୍ଶନରେ ଯିବେ।

 

 

ସମ୍ବନ୍ଧିତ ଖବର