ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ସର୍ଫରାଜ

ଇସ୍‌ଲାମବାଦ: ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ସଫରାଜ ନୱାଜ୍ । ସର୍ଫରାଜ କହିଛନ୍ତି କି ଇମ୍ରାନ ଖାନ୍ କୋକେନ୍ ନିଅନ୍ତି । ସର୍ଫରାଜଙ୍କର ଏଭଳି ବୟାନ ସମ୍ବଳିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସର୍ଫରାଜ ୧୯୭୦ରୁ ୧୯୮୦ ମସିହା ଯାଏ ପାକିସ୍ତାନ କ୍ରିକେଟ ଦଳର ଏକ ଦ୍ରୁତଗାମୀ ବୋଲର ଭାବେ ବେସ୍ ନାଁ କମେଇ ସାରିଛନ୍ତି । ସେ ବି ଅନେକ ମ୍ୟାଚ୍ ଇମ୍ରାନ ଖାନଙ୍କ ସହ ଖେଳିଛନ୍ତି । ସର୍ଫରାଜ ଏହା ମଧ୍ୟ କହିଛନ୍ତି କି ମୋର ବୟାନକୁ ଯଦି ଭୁଲ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ତେବେ ମୋତେ ଇମ୍ରାନ କୋର୍ଟକୁ ନିଅନ୍ତୁ । କହିରଖୁ କି ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟରଙ୍କ ଉପରେ ଡ୍ରଗ୍ସ ସେବନ ଭଳି ଅଭିଯୋଗ ବହୁ ଆଗରୁ ଲାଗି ଆସିଛି ।

ସର୍ଫରାଜ ଏହି ଭିଡିଓରେ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିବା ଏକ ମ୍ୟାଚ ବେଳେ ଏଭଳି ଦେଖିଥିବା କଥା କହିଛନ୍ତି । ଏହି ମ୍ୟାଚ୍ ଇଂଲଣ୍ଡ ବିରୋଧରେ ଖେଳା ଯାଉଥିଲା । ଏହି ମ୍ୟାଚ୍‌ରେ ଇମ୍ରାନଙ୍କ ପ୍ରଦର୍ଶନ ଭଲ ନଥିଲା । ମ୍ୟାଚ୍ ପରେ ଇମ୍ରାନ ଇସଲାମବାଦରେ ଥିବା ସର୍ଫରାଜଙ୍କ ଘରକୁ ଆସିଥିଲେ । ସେଠାରେ ସେ  ଡ୍ରଗ୍ସ ନେଇଥିବା କଥା ସର୍ଫରାଜ  ଦେଖିଛନ୍ତି ବୋଲି ଦାବି କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେସର୍ଫରାଜ କହିଛନ୍ତି କି ଇମ୍ରାନ ୧୦ କିମ୍ବା ୨୦ ଟଙ୍କିଆ ନୋଟରେ କୋକେନ ଭର୍ତ୍ତି କରି ସେବନ କରିଥାନ୍ତି । ଏହା ସହ ଭାଙ୍ଗକୁ ଶୁଖାଇ ତା ଦେହରୁ ଚରସ ପ୍ରସ୍ତୁତ କରୁଥିଲେ । ଖାଲି ଇମ୍ରାନ ଖାନ ନୁହନ୍ତି ଆହୁରି ଅନେକ ପାକିସ୍ତାନୀ କ୍ରିକେଟର ଚରସ ସେବନ କରୁଥିବା କଥା ସର୍ଫରାଜ ଦେଖିଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି କି କେବଳ ଇମ୍ରାନ ଖାନ୍ ନୁହନ୍ତି ତାଙ୍କ ସହିତ ମୋହସୀନ ଖାନ୍, ଅବଦୁଲ୍ କାଦିର ଓ ସଲିମ୍ ମଲ୍ଲିକ ବି ଚରସ ସେବନ କରିଥା’ନ୍ତି ।

୧୯୬୯ ମସିହାରୁ ୧୯୮୪ ମସିହା ଯାଏ ସର୍ଫରାଜ ପାକିସ୍ତାନ ଟିମ୍ ପାଇଁ କ୍ରିକେଟ ଖେଳୁଥିଲେ । ସେ ଆନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ୫୫ ଟି ଟେଷ୍ଟ ମ୍ୟାଚ୍ ଓ ୪୫ ଟି ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି । ସେ ଜଣେ ଦ୍ରୁତ ବୋଲର ଭାବେ ବେସ୍ ଜଣାଶୁଣା ଥିଲେ । ସେ ଇମ୍ରାନଙ୍କ ସହିତ ଦୀର୍ଘ ଦିନ କ୍ରିକେଟ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ୧୭୭ ୱିକେଟ୍ ହାସଲ କରିଥିବା ସର୍ଫରାଜ୍ କ୍ରିକେଟ କ୍ୟାରିୟର ପରେ ପାକିସ୍ତାନର ସାଂସଦ ହୋଇଥିଲେ । ଏହା ସହିତ ସେ ଜଣେ ଭଲ କ୍ରିକେଟ ଭାଷ୍ୟକାର ଭାବେ ବେସ୍ ଜଣାଶୁଣା।

ସମ୍ବନ୍ଧିତ ଖବର