ନୂଆଦିଲ୍ଲୀ: ଶିଖ ସମ୍ପ୍ରଦାୟକୁ ଥଟ୍ଟା କରିବା ନେଇ ପୂର୍ବତନ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ମଙ୍ଗଳବାର ଟ୍ୱିଟରକୁ ଯାଇ କ୍ଷମା ମାଗିଛନ୍ତି। ଚେନ୍ନାଇରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଶିଖ ସମ୍ପ୍ରଦାୟ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ସେ ଏଭଳି କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ବାବା ନାନକ ଦେବ ଜୀଙ୍କର ଜଣେ ଭକ୍ତ । ଗତ ସୋମବାର ତାଙ୍କ ପୁସ୍ତକ ‘ଫିଏରଲେସ ଗଭର୍ଣ୍ଣାନ୍ସ’ ଉନ୍ମୋଚନ ସମୟରେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ ଶିଖଙ୍କ ଉପରେ ଘଣ୍ଟାରେ ୧୨ଟା ବାଜିବାକୁ ନେଇ ଥଟ୍ଟା କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ଏହି ବିବାଦ ଉପୁଜିଥିଲା।
କିରନ ବେଦୀଙ୍କ ବକ୍ତବ୍ୟ ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାରୁ ତାଙ୍କୁ କ୍ଷମା ମାଗିବାକୁ ମଙ୍ଗଳବାର ଦାବି କରିଥିଲେ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ୱାରିଙ୍ଗ। ସେ ଟୁଇଟ କରି କହିଥିଲେ ଯେ, କିରଣ ବେଦୀ ନିଜେ ଜଣେ ପଞ୍ଜାବୀ। ତେଣୁ ଏହି ସମ୍ପ୍ରଦାୟ ଉପରେ ଥଟ୍ଟା କରିବା ଆଶ୍ଚର୍ଯ୍ୟଜନକ। ଏଥି ସହିତ ଆପର ପଞ୍ଜାବ ଦାୟିତ୍ବରେ ଥିବା ଜାର୍ନେଲ ସିଂ ମଧ୍ୟ ବେଦୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମୋଗଲଙ୍କ ବିରୋଧରେ ଲଢ଼େଇ କରି ଶିଖମାନେ ଝିଅ ବୋହୂମାନଙ୍କୁ ସୁରକ୍ଷା ଦେଉଥିଲେ। ମୋଗଲଙ୍କ ଉପରେ ଆକ୍ରମଣ କରିବାର ସମୟ ଥିଲା ୧୨ ଘଣ୍ଟା। ତେଣୁ ବେଦୀ ସମ୍ମାନ ଦେବା ପରିବର୍ତ୍ତେ ଏଭଳି ପରିହାସ କରିବା ଅନୁଚିତ ବୋଲି ସେ କହିଥିଲେ। ପରେ ବେଦୀ ଟୁଇଟ କରି ନିଜେ ଏଭଳି ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/୪୫.jpg)