ଚେନ୍ନାଇ: ମୋ ଶାସନ କାଳରେ ଅନୈତିକତା ବୃଦ୍ଧି ପାଇଲେ ମୁଁ ଏକଛତ୍ରବାଦୀ ଶାସକ ହୋଇଯିବି। ଆଜି ଏଭଳି କହିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନ। ସୋମବାର କହିଛନ୍ତି ଯେ ଯଦି ତାଙ୍କ ଶାସନରେ ଅସଦାଚରଣ ଏବଂ ଅନୈତିକତା ବୃଦ୍ଧି ହୁଏ, ତେବେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକଛତ୍ରବାଦୀ ଶାସକରେ ପରିଣତ ହେବେ।
ନମକ୍କଲରେ ସ୍ଥାନୀୟ ପ୍ରତିନିଧୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଷ୍ଟଲିନ୍ କହିଛନ୍ତି ଯେ ସେମାନେ ଆଇନ ଅନୁଯାୟୀ ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଉଚିତ। ଯେଉଁମାନେ ଆଇନ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋର ଘନିଷ୍ଠ ବନ୍ଧୁମାନେ କହୁଛନ୍ତି ଯେ ମୁଁ ଅତ୍ୟଧିକ ଗଣତାନ୍ତ୍ରିକ ହୋଇଯାଇଛି। ଗଣତନ୍ତ୍ର ସମସ୍ତଙ୍କ ମତ ଶୁଣିବା ଏବଂ ସମ୍ମାନ କରିବା ଉଚିତ୍। କେହି କିଛି ବି କରିପାରିବ, ତାହା ଗଣତନ୍ତ୍ର ନୁହେଁ। ମୁଁ ସେପରି ଭାବେ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ଯଦି ଅନୈତିକତା ବୃଦ୍ଧି ହୁଏ, ମୁଁ ଏକଛତ୍ରବାଦୀ ଶାସକରେ ପରିଣତ ହେବି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ମୁଁ କେବଳ ସ୍ଥାନୀୟ ପ୍ରତିନିଧୀଙ୍କୁ ନୁହେଁ ବରଂ ସମସ୍ତଙ୍କୁ ଏହା କହୁଛି।
ଏହା ସହ ମୁଖ୍ୟମନ୍ତ୍ରୀ ଷ୍ଟଲିନ୍ ନିଜ ମହିଳା ପ୍ରତିନିଧୀଙ୍କୁ କହିଛନ୍ତି ଯେ, ନିଜ ସ୍ବାମୀମାନଙ୍କୁ ଦାୟିତ୍ବ ନଦେଇ ନିଜେ ନିଜର ଦାୟିତ୍ବ ତୁଲାଅ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-40.jpg)