ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୧ ହଜାର କୋଟି ମୂଲ୍ୟର ବେନାମୀ ସମ୍ପତ୍ତି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଏବେ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ସକାଳେ ଆୟକର ବିଭାଗ ଅଜିତ ପାୱାରଙ୍କ ୧ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି।

ଜବତ କରାଯାଇଥିବା ସମ୍ପତ୍ତିରେ ଦକ୍ଷିଣ ଦିଲ୍ଲୀରେ ଅବସ୍ଥିତ ପ୍ରାୟ ୨୦କୋଟି ମୂଲ୍ୟର ଏକ ଫ୍ଲାଟ, ନିର୍ମଳ ହାଉସରେ ଥିବ‌ା ପାର୍ଥ ପାୱାରଙ୍କ ୨୫କୋଟିର କାର୍ଯ୍ୟାଳୟ, ଜରାଣ୍ଡେଶ୍ୱରରେ ଥିବା ପ୍ରାୟ ୬୦୦କୋଟିର ଚିନି କାରଖାନା ଏବଂ ଗୋଆରେ ଥିବା ୨୫୦କୋଟିର ରିସର୍ଟକୁ ଜବତ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତି ବେନାମୀ ନୁହେଁ ବୋଲି ପ୍ରମାଣ କରିବାକୁ ଅଜିତ ପାୱାରଙ୍କ ପାଖରେ ଏବେ ୯୦ଦିନ ରହିଛି।

ଆୟକର ବିଭାଗ ଗତ ମାସରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟମାନଙ୍କ ସହ ଜଡିତ ଥିବା ଅତି କମରେ ୭୦ଟି ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ୨.୧୩ କୋଟି ଟଙ୍କା ମୂଲ୍ୟର ହିସାବ ବର୍ହିଭୂତ ନଗଦ ଟଙ୍କା ଏବଂ ୪.୩୨ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରାଯାଇଥିଲା ବୋଲି କହିଛି ଆୟକର ବିଭାଗ।

ସମ୍ବନ୍ଧିତ ଖବର