ଜୟଲଳିତାଙ୍କ ପୋସ୍‌ ଗାର୍ଡେନ୍‌ ବାସଭବନ ପରିଦର୍ଶନ କଲେ ଆୟକର ବିଭାଗ ଓ ତାମିଲନାଡୁ ସରକାରୀ ଅଧିକାରୀ

ଚେନ୍ନାଇ: ଶନିବାର ସକାଳେ ରାଜ୍ୟ ସରକାର ଏବଂ ଆୟକର ବିଭାଗର ଅଧିକାରୀଙ୍କର ଏକ ଦଳ ଦିବଂଗତା ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ୍‌ ବାସଭବନ ପରିଦର୍ଶନ କରିଛନ୍ତି।

ପୋସ୍‌ ଗାର୍ଡେନ୍‌ ପରିସରକୁ ଏକ ସ୍ମାରକୀରେ ପରିଣତ କରିବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଜିଲ୍ଲାପାଳ ଏବଂ ରାଜସ୍ୱ ଅଧିକାରୀମାନେ ପୋସ୍‌ଗାର୍ଡେନ ପରିଦର୍ଶନରେ ଯାଇଥିଲେ।

ସେଠାରେ ଥିବା କେତକ କୋଠରିରେ ଆୟକାର ବିଭାଗର ଅଧିକାରୀମାନେ ପୂର୍ବରୁ ତଲାସ କରିଥିବାରୁ ସେମାନଙ୍କୁ ସାଥିରେ ନିଆ ଯାଇଥିଲା। ଜୟଲଳିତାଙ୍କ ବାସଭବନ ପରିଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସେମାନଙ୍କ ଅନୁମତି ମାଗିଥିଲେ।

ଆୟକର ନିୟମ ଅନୁସାରେ କୌଣସି କାମ କରୁନାହାନ୍ତି ବୋଲି ଜଣେ ବରିଷ୍ଠ ଆୟକର ଅଧିକାରୀ କହିଛନ୍ତି। ମିଳିତ ଇନ୍‌ସ୍‌ପେକ୍ସନ୍‌ ପାଇଁ ଆମେ ଆସିଥିଲୁ। ସିଲ୍‌ ହୋଇଥିବା କୋଠରିଗୁଡ଼ିକୁ ଆମେ ଖୋଲି ନାହୁଁ। କେବଳ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆସିଥିଲୁ। ଏ କଥା କହିଛନ୍ତି ସେ ଆୟକର ବିଭାଗ ଅଧିକାରୀଜଣକ।

ସମ୍ବନ୍ଧିତ ଖବର