ଚେନ୍ନାଇ: ଦୋଷୀ ସାବ୍ୟସ୍ତ ଏଆଇଏଡିଏମ୍କେ ନେତା ଭି କେ ଶଶିକଳାଙ୍କର ପୁତୁରା ତଥା ଜୟା ଟିଭି ଏମ୍ଡି ବିବେକ ଜୟରାମନଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି କୁହାଯାଉଥିବା ଜାଲ୍ କମ୍ପାନିଗୁଡ଼ିକର ଅନ୍ୟୂନ ୧୦୦ଟି ବ୍ୟାଙ୍କ୍ ଖାତାକୁ ଫ୍ରିଜ୍ କରାଯାଇଛି ବୋଲି ଶନିବାର ଦିନ ଆୟକର ବିଭାଗ ପକ୍ଷରୁ କୁହାଯାଇଛି।
ଶୁକ୍ରାବର ପର୍ଯ୍ୟନ୍ତ କରାଯାଇଥିବା ତଲାସରୁ ନଗଦ ୬ କୋଟି ଟଙ୍କା ଏବଂ ସାଢ଼େ ଆଠ କିଲୋ ସୁନା ଏବଂ ୧୨୦୦ କୋଟି ଟଙ୍କାର ହିସାବ ରହିତ ଅର୍ଥ ବିନିଯୋଗର ଦଲିଲପତ୍ର ଜବତ କରାଯାଇଛି।
ଶଶିକଳାଙ୍କର ଭାଇ ଭି ଦିବାଧରନଙ୍କ ମାଲିକାନାରେ ଥିବା ମାନ୍ନରଗୁଡ଼ିସ୍ଥିତ ମହିଳା କଲେଜର ଏକ ଅବ୍ୟବହୃତ ଛାତ୍ରୀନିବାସରୁ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/61613084.jpg)