ଦିଲ୍ଲୀ ପରିବହନ ମନ୍ତ୍ରୀଙ୍କ ସଂପର୍କିତ ୧୬ଟି ସ୍ଥାନରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗାହଲୋଟଙ୍କର ଦକ୍ଷିଣ ଦିଲ୍ଲୀରେ ଥିବା ତାଙ୍କ ବାସଭବନ ଓ ଅନ୍ୟାନ୍ୟ ୧୫ଟି ସ୍ଥାନରେ ବୁଧବାର ଆୟକର ବିଭାଗ(ଆଇଟି) ଚଢ଼ଉ ହୋଇଛି। ଆୟକର ଠକେଇ ମାମଲାରେ ତାଙ୍କ ସହ ଯଡ଼ିତ ସମୁଦାୟ ୧୬ଟି ସ୍ଥାନରେ ଚଢ଼ଉ ହୋଇଛି। ଦୁଇଟି ନିର୍ମାଣଧୀନ ଫାର୍ମରେ ଏହି ମନ୍ତ୍ରୀ ଓ ଅନ୍ୟ ଦୁଇ ଜଣଙ୍କର ସଂପୃକ୍ତି ଥିବା ସହ ସେମାନେ ଆୟକର ଜାଲିଆତିରେ ସଂପୃକ୍ତି ଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।

ନଜଫଘର ବିଧାନସଭା ନିର୍ବାଚନ ମଣ୍ଡଳୀର ଆମ୍‌ ଆଦ୍‌ମି ପାର୍ଟି(ଆପ୍‌) ବିଧାୟକ ଗାହଲୋଟଙ୍କ ସଂପର୍କିକ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି କି ରାଜନୈନିକ ବଦମାସି ଆରମ୍ଭ ହୋଇଗଲା।

ଦଳ ପକ୍ଷରୁ କୁହାଯାଇଛି କି, ଆମେ ଲୋକଙ୍କ ଦୁଆର ମୁହଁରେ ସରକାରୀ ସୁବିଧା ଉପଲବ୍ଧ କରାଇବା ସହ ଶସ୍ତାରେ ବିଜୁଳି, ମାଗଣା ଜଳ, ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରୁଛୁ। ମାତ୍ର କେନ୍ଦ୍ର ଆମ ମନ୍ତ୍ରୀଙ୍କ ଘର ଚଢ଼ଉ କରିବା ପାଇଁ ପ୍ରବର୍ତ୍ତନ ମନ୍ତ୍ରାଳୟ ଓ ସିବିଆଇର ଉପଯୋଗ କରୁଛି! ଲୋକ ଏହାକୁ ଦେଖୁଛନ୍ତି ଓ ୨୦୧୯ରେ ଏହାର ଜବାବ ମଳିବ।

ସମ୍ବନ୍ଧିତ ଖବର